ପ୍ରଭାସଙ୍କ ଫିଲ୍ମରେ ନଜର ଆସିବେ ଅମିତାଭ ବଚ୍ଚନ, ବିଭିନ୍ନ ଭାଷାରେ ୨୦୨୨ରେ ହେବ ରିଲିଜ

Published By : Prameya-News7 Bureau | October 09, 2020 IST

ନୂଆଦିଲ୍ଲୀ ୦୯/୧୦: ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ ଓ ସାଉଥ ସୁପରଷ୍ଟାର ଗୋଟିଏ ଫିଲ୍ମରେ ଆଗକୁ ଏକାଠି ନଜର ଆସିବେ। ବୈଜୟନ୍ତୀ ମୁଭିଜ ଏ ବାବଦରେ ସୂଚନା ଦେଇଛି। ତେବେ ଏ ଫିଲ୍କ ମଲଟି ଷ୍ଟାରର ହେବ। ଏହା ସହ ବିଭିନ୍ନ ଭାଷାରେ ଦେଶବ୍ୟାପି ରିଲିଜ ହେବ। ଅବଶ୍ୟ ଫିଲ୍ମର ନାଁ ଏଯାଏଁ ଠିକ୍ ହୋଇ ନାହିଁ। ତେବେ ବୈଜୟନ୍ତୀ ମୁଭିଜ ଅଲଗା ଅଲଗା ଭାରତୀୟ ଭାଷାରେ ଅନେକ ହିଟ୍ ଫିଲ୍ମ ନିର୍ମାଣ କରିଛନ୍ତି।

ବୈଜୟନ୍ତୀ ମୁଭିଜର ପ୍ରଯୋଜକ ଓ ସଂସ୍ଥାପକ ଅଶ୍ବିନୀ ଦତ୍ତ କହିଛନ୍ତି ସେ ଅମିତାଭ ବଚ୍ଚନଙ୍କ ପ୍ରଶଂସକ। ସେ ଅମିତାଭଙ୍କ ଅନେକ ସୁପରହିଟ୍ ଫିଲ୍ମର ତେଲୁଗୁ ରିମେକରେ କାମ କରିଛନ୍ତି। ଏତେ ବର୍ଷ ପରେ ବାସ୍ତବରେ ଏହା ତାଙ୍କ ପାଇଁ ଗୌରବର ବିଷୟ ଓ ସନ୍ତୋଷଜନକ ସମୟ। ଗୋଟିଏ ଫିଲ୍ମରେ ଏକାଠି କାମ କରିବା​ ନେଇ ବେଶ୍ ଉତ୍ସାହିତ ଅଛନ୍ତି ସେ।

ଫିଲ୍ମରେ ଅମିତାଭଙ୍କ ଚରିତ୍ର ମୁଖ୍ୟ ରହିଛି। ତେବେ ଏ ଆଗାମୀ ଫିଲ୍ମରେ ଅମିତାଭ ବଚ୍ଚନ, ପ୍ରଭାସ, ଦୀପିକା ପାଦୁକୋନଙ୍କ ଭଳି ବଡ଼ ବଡ଼ ଷ୍ଟାର ନଜର ଆସିବେ। ତେବେ ଏହା ୨୦୨୨ ବେଳକୁ ରିଲିଜ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.