Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଚିକିତ୍ସା ପାଇଁ କଟକ ଗଲା ମିତା

6/08/2018 at 12:38 PM

ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ପରେପାଙ୍ଗୁ ଗାଁର ଆଦିବାସୀ ଝିଅ ମିତା ଶବରଙ୍କୁ ଚିକିତ୍ସା ପାଇଁ ଆଜି ପଠାଯାଇଛି କଟକ । କଟକ ସ୍ଥିତ ଏସସିବି ମେଡ଼କାଲ କଲେଜରେ ତାଙ୍କୁ ଭର୍ତି କରାଯାଇ ଚିକିତ୍ସା କରାଯିବ । ଏକ ଆମ୍ବୁଲାନ୍ସ ଯୋଗେ ମିତାଙ୍କୁ ତାଙ୍କ ନିଜ ଗାଁ ପରେପାଙ୍ଗୁରୁ ଅଣାଯାଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସାଳୟରେ ତାଙ୍କୁ କଟକ ନେବା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା ଓ ଚିକିତ୍ସା କରାଯାଇଥିଲା । ସେଠାରୁ ଏକ ସ୍ବତନ୍ତ୍ର ଡ଼।କ୍ତର ଟିମ ସହାୟତାରେ କଟକ ପଠାଯାଇଛି । କଟକ ଠାରେ ବିଶିଷ୍ଟ ଡ଼।କ୍ତରମାନେ ତାଙ୍କୁ ଚିକିତ୍ସା କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଆଜି ଚିକିତ୍ସାଳୟରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼।କ୍ତର ଚନ୍ଦିକା ପ୍ରସାଦ ଦାସ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନର ଡିପିଏମ ରାଜେଶ୍ବର ପଟ୍ଟନାୟକ ଭେଟି ଚିକିତ୍ସା ପ୍ରଶାସନ ଦ୍ବାରା କରାଯିବ ବୋଲି ପ୍ରତିଶ୍ରତି ଦେଇଥିଲେ । ସମ୍ଭବତଃ ମିତାଙ୍କ ଅସ୍ବାଭାବିକ ଭାବେ ବଢ଼ୁଥିବା ହାତ ଓ ଶରୀରର ଅସ୍ତ୍ରୋପଚାର କରାଯିବ । ଘଟଣାରୁ ପ୍ରକାଶ ଯେ, ଅନାଥ ଝିଅ ମିତା ଶବରଙ୍କ ଡାହାଣ ହାତ ଅସ୍ବାଭାବିକ ଭାବେ ବଢ଼ି ଚାଲିଛି । ଦେହଠାରୁ ହାତର ଓଜନ ଅଧତ୍କ ହୋଇଗଲାଣି । ଯଦ୍ବାରା ସେ ଚଲାବୁଲା କରିପାରୁନି ଏବଂ ନିତ୍ୟକର୍ମ ମଧ୍ୟ କରିପାରୁନି । ସର୍ବଦା ଶଯ୍ୟାରେ ଶୋଇ ରହୁଥିବା ବେଳେ ଦେହରେ ଜ୍ବର ମାଡ଼ବିସିଛି । ଆଉ ଏହି ଅନାଥ ଝିଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଏ ସମ୍ପର୍କରେ ଗତ କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହିତ ସାମାଜିକ ଗଣମାଧ୍ୟମରେ ସହାୟତା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା । ଦାବିପରେ ପ୍ରଶାସନ ବର୍ତମାନ ମିତାଙ୍କୁ ସହାୟତା କରିବା ପାଇଁ ଆଗକୁ ଆସିଛି । ତେବେ ମିତାର କିପ୍ରକାର ଚିକିତ୍ସା କରାଯିବ ତାହା ଦୁଇଦିନ ପରେ ଜଣାପଡ଼ିବ ।

   Related Posts