କ୍ୱାରେଣ୍ଟାଇନ୍ ସେଣ୍ଟରରେ ସରପଞ୍ଚଙ୍କ ସ୍ବାମୀଙ୍କ ଖଟି: ଖଟିଆରେ ଶୋଇ କରୁଛନ୍ତି ମସ୍ତି

Published By : Prameya-News7 Bureau | April 29, 2020 IST


ସାଲେପୁର୨୯।୦୪: "କାହାର ପୁଷ ମାସ ତ ଆଉ କାହାର ସର୍ବନାଶ।" କରୋନା ଭଳି ମହାମାରୀ ଯୋଗୁଁ ସମଗ୍ର ବିଶ୍ଵରେ ଆତଙ୍କ ଖେଳି ଯାଇଥିବା ବେଳେ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ହାତକୁ ନେଉଛନ୍ତି। ସେଥିମଧ୍ୟରୁ ବାହାର ରାଜ୍ୟରୁ ଗାଁକୁ ଫେରୁଥିବା ବ୍ୟକ୍ତିମାନଙ୍କୁ ପଞ୍ଚାୟତ ଅଫିସରେ ହୋଇଥିବା ଅସ୍ଥାୟୀ କ୍ବାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ରହିବାର ବ୍ୟବସ୍ଥା କରାଯାଇଛି। ଆଉ ସେଥିପାଇଁ ନୂଆ ବେଡ୍ ସହ ଅନେକ ପ୍ରକାରର ସୁବିଧା ମଧ୍ୟ କରାଯାଇଛି। ସେଥିପାଇଁ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେଥିପାଇଁ ସ୍ଥାନୀୟ ସରପଞ୍ଚମାନଙ୍କୁ ସରକାର ଅଖଣ୍ଡ କ୍ଷମତା ମଧ୍ୟ ଦେଇଛନ୍ତି। ହେଲେ ଏହି କ୍ଷମତାର କିଭଳି ଅପବ୍ୟବହାର କରୁଛନ୍ତି ସରପଞ୍ଚଙ୍କ ସ୍ବାମୀ।

କଟକ ଜିଲ୍ଲା ମହଣ ପଂଚାୟତର କ୍ବାରେଣ୍ଟାଇନ ସେଣ୍ଟରରେ ସରପଞ୍ଚଙ୍କ ସ୍ବାମୀଙ୍କ ମଜାମସ୍ତି। ବାହାର ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ପାଇଁ ଏହି ସେଣ୍ଟର୍ ଖୋଲା ଯାଇଛି। ହେଲେ କ୍ବାରେଣ୍ଟାଇନ୍ ସେଣ୍ଟରରେ ପଡ଼ିଥିବା ଖଟିଆରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ଓ ସ୍ଥାନୀୟ କିଛି ଯୁବକ ଶୋଇ ଭିଡିଓ କରି କ'ଣ କହୁଛନ୍ତି ଟିକେ ଶୁଣନ୍ତୁ। ଏ ନେଇ ସାଲେପୁର ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.