ଏଣିକି ଅଯଥାରେ ପାଣି ନଷ୍ଟ କଲେ ୫ ବର୍ଷ ଜେଲ ଓ ଲକ୍ଷେ ଟଙ୍କା ଜରିମାନା

Published By : Prameya-News7 Bureau | October 24, 2020 IST

ନୂଆଦିଲ୍ଲୀ ୨୪/୧୦: ଅଯଥାରେ ପାଣି ନଷ୍ଟ କରୁଥିଲେ ଏବେଠୁ ସତର୍କ ହୋଇଯାଆନ୍ତୁ। ପିଇବା ପାଣି ବା ପୋଟେବଲ ଓ୍ବାଟରକୁ ନଷ୍ଟ କରିବା କିମ୍ବା ଅଯଥାରେ ବ୍ୟବହାରେ କଲେ ଏହାକୁ ଦଣ୍ଡନୀୟ ଅପରାଧ ବୋଲି ବିଚାର କରାଯିବ। ଏହା ପୂର୍ବରୁ ଭାରତରେ ଜଳ ନଷ୍ଟକୁ ନେଇ ଦଣ୍ଡର କୌଣସି ନିୟମ ନ ଥିଲା।

ସେଣ୍ଟ୍ରାଲ ଗ୍ରାଉଣ୍ଡ ଓ୍ବାଟର ଅଥୋରିଟି (ସିଜିଡବ୍ଲୁଏ)ର ନୂଆ ନିର୍ଦେଶ ଅନୁସାରେ ପିଇବା ପାଣିର ଦୂରୁପଯୋଗ କଲେ ଭାରତରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୫ ବର୍ଷ ପର୍ଯ୍ୟନ୍ତ ଜେଲ ହେବା ସହ ଦଣ୍ଡନୀୟ ଅପରାଧ ହେବ।

{"id":349915,"width":574,"height":321,"sizeSlug":"large"}

୨୦୧୯ ଜୁଲାଇ ୨୪ ରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ରାଜେନ୍ଦ୍ର ଯୋଗୀଙ୍କ ପାଣିର ଦୂରୁପଯୋଗ ଯାଚିକା ଉପରେ ଶୁଣାଣି କରିଥିଲେ। ଏନଜିଟି ୨୦୧୦ ଅକ୍ଟୋବର ୧୫ରେ ସିଜିଡବ୍ଳୁଏକୁ ଆଦେଶ ଦେଇ ଥିଲେ ପିଇବା ପାଣି ଓ ଭୂଗର୍ଭ ଜଳର ଦୁରୁପଯୋଗ ରୋକିବା ପାଇଁ ନିର୍ଦେଶ ଜାରି କରାଯାଉ। ଏହା ପରେ ସିଜିଡବ୍ଳୁଏ  ଏନଜିଟିର ଆଦେଶ ପାଳନ କରି ୨୦୨୦ ଅକ୍ଟୋବର ୮ରେ ସବୁ ରାଜ୍ୟକୁ ଚିଠି ଲେଖିଲେ। ସିଜିଡବ୍ଲୁଏ ଦେଶର ସବୁ ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶକୁ ପିଇବା ପାଣି ଓ ଭୂଗର୍ଭ ଜଳର ଦୁରୁପଯୋଗ ରୋକିବା ପାଇଁ ଏକ କମିଟି ବିକଶିତ କଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.