ଟାଟା-ମିସ୍ତ୍ରିଙ୍କ ସମ୍ପର୍କରେ ପଡିବ ଜବନିକା, ଟାଟାଙ୍କୁ ଦେବାକୁ ପଡିପାରେ ୧.୪୦ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩।୯: ସାପୁରଜି ପାଲୋନଜି ଗ୍ରୁପ (ଏସପିଜି) ଅର୍ଥାତ ମିସ୍ତ୍ରି ପରିବାର ଟାଟା ସନ୍ସରୁ ବାହାରିଯିବାକୁ ମନସ୍ତ କରିଛନ୍ତି। ଏ ନେଇ ଏସପିଜି ସୁପ୍ରିମକୋର୍ଟରେ ନିଜ ଇଛା ପ୍ରକାଶ କରିଛନ୍ତି। ଫଳରେ ଟାଟା ଓ ମିସ୍ତ୍ରି ପରିବାରଙ୍କ ୭୦ ବର୍ଷର  ସମ୍ପର୍କ ଏବେ ତୁଟିବା ନିଶ୍ଚିତ ହୋଇଯାଇଛି। ଏନେଇ ଏସପିଜି ପକ୍ଷରୁ ଏକ ବୟାନ ଜାରି କରାଯାଇଥିବା ବେଳେ ଏହି ବ୍ୟବସାୟୀକ ସମ୍ପର୍କ ପାରସ୍ପରିକ ବିଶ୍ୱାସ, ସଦଭାବନା ଓ ବନ୍ଧୁତ୍ୱ ଉପରେ ପର୍ଯ୍ୟବେଶିତ ଥିଲା ବୋଲି କୁହାଯାଇଛି।

{"id":333644,"sizeSlug":"large"}

ଲାଗାତାର ମାଲିମୋକଦ୍ଦମା ଉଭୟ ଜୀବିକା ଓ ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ଖାସ ଏଥିଯୋଗୁ ଟାଟା ଗ୍ରୁପରୁ ପୃଥକ ହୋଇଯିବା ଏବେ ଆବଶ୍ୟକ ବୋଲି ଏସପିଜି ସୁପ୍ରିମକୋର୍ଟଙ୍କୁ କହିଛି। ଅର୍ଥାତ ଏସପିଜି ନିଜର ଦୁଇ ନିବେଶକ ଫାର୍ମ ମାଧ୍ୟମରେ ଟାଟା ସନ୍ସରେ ରଖିଥିବା ୧୮.୫ ପ୍ରତିଶତ ଅଂଶଧନ ଏବେ ବିକ୍ରି କରି କମ୍ପାନୀରୁ ବାହାରକୁ ଯିବାକୁ ପ୍ରସ୍ତୁତ ବୋଲି ସ୍ପଷ୍ଟ ହୋଇଯାଇଛି।

{"id":333647,"width":576,"height":417,"sizeSlug":"large"}

ଟାଟା ସନ୍ସରୁ ଏସପିଜି ବାହାରିଯିବେ, ହେଲେ ଶୀଘ୍ର ଓ ନ୍ୟାୟପୂର୍ଣ୍ଣ ସମାଧାନ ଦରକାର ବୋଲି କହିଛନ୍ତି। ସେପଟେ ଟାଟା ସମୂହ ମିସ୍ତ୍ରି ପରିବାରଙ୍କ ୧୮.୫ ପ୍ରତିଶତ ଭାଗିଦାରୀ କିଣିନେବାକୁ ପ୍ରସ୍ତୁତ ହୋଇଯାଇଥିବା ଜଣାପଡିଛି। ତେବେ ଏସପିଜିଙ୍କ ୧୮.୫ ପ୍ରତିଶତ ଭାଗିଦାରୀ ବାବଦକୁ ଟାଟା ସନ୍ସଙ୍କୁ ୧.୪୦ଲକ୍ଷ କୋଟି ଟଙ୍କା ଦେବାକୁ ପଡିପାରେ ବୋଲି ଏବେ ଆକଳନ କରାଯାଉଛି। ଜୁନ ୨୦୨୦ କର୍ପୋରେଟ ଫାଇଲିଂ ଅନୁସାରେ ଟାଟା ସନ୍ସର ମୋଟ ନେଟୱର୍ଥ ୭,୮୦,୭୭୮.୨ କୋଟି ଟଙ୍କା ଥିଲା। ଏହି ଅନୁସାରେ ମିସ୍ତ୍ରି ପରିବାରକୁ ୧୮.୫ ପ୍ରତିଶତ ଅର୍ଥାତ ୧.୪୦ଲକ୍ଷ କୋଟି ଟଙ୍କା ଦେବାକୁ ପଡିପାରେ। ତେବେ ଚୂଡାନ୍ତ ଦେୟ ଅନ୍ୟ ମୂଲ୍ୟାୟନ ପରେ ସ୍ପଷ୍ଟ ହେବ।

{"id":333649,"width":575,"height":322,"sizeSlug":"large"}

ସୂଚନାଯୋଗ୍ୟଯେ ସୁପ୍ରିମକୋର୍ଟ ଉଭୟ ପକ୍ଷ ଓକିଲଙ୍କୁ ସମାଧାନର ରାସ୍ତା କାଢିବାକୁ କହିବା ପରେ ଏବେ ଏହି ଆକଳନ କରାଯାଉଛି। ଫଳରେ ଟାଟାରୁ ମିସ୍ତ୍ରି ପାରିବାର ହଟିଯିବାର ଅନୁମାନ କରାଯାଉଛି। ୨୦୧୬ରେ ଟାଟା ସନ୍ସରୁ ପାଲୋନଜି ମିସ୍ତ୍ରିଙ୍କ ପୁଅ ସାଇରସ ମିସ୍ତ୍ରିଙ୍କୁ ହଟାଇ ଦିଆଯାଇଥିଲା। ସେବେଠାରୁ ଟାଟା ଓ ମିସ୍ତ୍ରି ପରିବାର ମଧ୍ୟରେ ବିବାଦ ଉପୁଜିଥିବା ବେଳେ ଏବେ ବ୍ୟବସାୟ ରୁ ଓହରିଯିବାର ପରିସ୍ଥିତି ଉପୁଜିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.