ଓଟିଇଟି ପରୀକ୍ଷାର ଉତ୍ତରରେ ସାଂଘାତିକ ତ୍ରୁଟି ଅଭିଯୋଗ

Published By : Prameya-News7 Bureau | October 07, 2019 IST

ଭୁବନେଶ୍ୱର ୦୭।୧୦- ରାଜ୍ୟରେ ଶିକ୍ଷକ ଯୋଗ୍ୟତା ଲାଗି ହେଉଥିବା ପରୀକ୍ଷାର ଉତ୍ତରରେ ସାଂଘାତିକ ତ୍ରୁଟି ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ୨୬ତମ ଗଭର୍ଣ୍ଣର ବୋଲି ଉତ୍ତରରେ କୁହାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଚାନ୍ଦିପୁର ବାଲେଶ୍ୱରରେ, କେଦାରଗୌରୀର ରଚୟିତା ରାଧାନାଥ ଲେଖିଲେ ମାର୍କ ଶୂନ ମିଳିଛି । ଯାହା ଦେଖି ପରୀକ୍ଷାର୍ଥୀ ତାଜୁବ୍ । ସ୍ଥିତି ଦେଖି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ପୂଜା ପରେ ଅନୁଧ୍ୟାନ ହେବ ।

{"id":167354}

ଓଡ଼ିଶାର ୨୬ତମ ଗଭର୍ଣ୍ଣର କିଏ । ଯାହା କହିଲେ ବି ଆପଣ  ନବୀନ ପଟ୍ଟନାୟକ କେବେବି ଉତ୍ତର ଦେବେନି । କିନ୍ତୁ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟିରେ ପ୍ରଶ୍ନର ୨୬୫ ପ୍ରଶ୍ନ ସଠିକ ଉତ୍ତର ଦର୍ଶାଯାଇଛି ୩। ଯାହାକି ସୂଚାଉଛି ୨୬ ତମ ଗଭର୍ଣ୍ଣର ହେଉଛନ୍ତି ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ ସେହି ଉତ୍ତର ତାଲିକାରେ ଚାନ୍ଦିପୁର ବେଳାଭୂମି ଭଦ୍ରକ ଜିଲ୍ଲାରେ ଓ କେଦାରଗୌରୀର ରଚୟିତା ଫକୀରମୋହନ ସେନାପତି  ଏମିତି କିଛି ଦର୍ଶାଯାଇଛି।ଏଭଳି ଅଭିଯୋଗରେ ଉଠୁଛି ପଡ଼ୁଛି ସୋସିଆଲ ମିଡିଆ । ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।  ପରୀକ୍ଷାର୍ଥୀଙ୍କ ଅଭିଯୋଗ ମୁତାବକ, ଓଟିଇଟିର ଅନଲାଇନ ପରୀକ୍ଷା ପରେ ୨ ଦିନ ତଳେ ରେଜଲ୍ଟ ଆସିଛି । ଅନଲାଇନରେ ଫଳ ଚେକ୍ କରିବା ବେଳେ ପରୀକ୍ଷାର୍ଥୀଙ୍କ କିଛି ନିଶ୍ଚିତ ଠିକ୍ ଉତ୍ତରକୁ ଭୁଲ୍ ଦର୍ଶାଯାଇ ତାହା ବଦଳରେ ଯାହା ଠିକ୍ ଉତ୍ତର ବୋଲି କୁହାଯାଇଛି, ତାହା ସମସ୍ତଙ୍କ ଅକଲ ଗୁଡୁମ କରି ଦେଇଛି ।

{"id":167356}

ପରୀକ୍ଷାର୍ଥୀଙ୍କ କହିବା ମୁତାବକ, ଏଭଳି ଭୁଲ୍ ତଥ୍ୟା ସାମ୍ନାକୁ ଆସିବା ପରେ ଓଟିଇଟି ପକ୍ଷରୁ ଏବେ ୱେବସାଇଟରେ ଅନେକ କିଛି ସଂଶୋଧନ କରାଯାଉଛି । ଭୁଲ୍ ମାର୍କିଂ ବଦଳରେ ରିଚେକିଂ ଲାଗି ଆବେଦନ କରିବାକୁ ପରାମର୍ଶ ଦିଆଯାଉଛି । ସେପଟେ ଏ ନେଇ ନ୍ୟୁଜ7କୁ ପ୍ରତିକ୍ରିୟା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

{"id":167357}

ଚଳିତ ବର୍ଷ ପ୍ରଥମରୁ ବିବାଦୀୟ ରହି ଆସିଛି ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ । ପ୍ରଥମେ ଅଫଲାଇନରେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ପରେ ଅଗଷ୍ଟ ୫ରୁ ୧୮ ଯାଏଁ ଅନଲାଇନ ପରୀକ୍ଷା ହୋଇଥିଲା । ଆଉ ଏବେ ଉତ୍ତର ଆସିବା ପରେ ଅତ୍ୟନ୍ତ ଖାମଖିଆଲି ଢଙ୍ଗରେ ମାର୍କିଂର ଅଭିଯୋଗ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.