ଭୁବନେଶ୍ୱର, ୦୮|୦୩: ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କୁ ଏକ ବଡ ଉପହାର ପ୍ରଦାନ କରିଛନ୍ତି। ଏକ ବଡ ଘୋଷଣା କ୍ରମେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ କରାଯିବ ବୋଲି ସେ କହିଛନ୍ତି।
ମିଶନ ଶକ୍ତି ଏକ ସ୍ୱତନ୍ତ୍ର ବିଭାଗ ହୋଇଛି। ଏହି ବିଭାଗ ଉତ୍ସର୍ଗୀକୃତ ଭାବେ ମହିଳାମାନଙ୍କ ପାଇଁ କାମ କରିବ ବୋଲି ନବୀନ ଆଜି ଘୋଷଣା କରିଛନ୍ତି।
ସେହିପରି ଦୁର୍ଗମ ଅଞ୍ଚଳର ୧୨୫ଟି ସ୍ଥାନର ଗୋଷ୍ଠୀ ସାଧନ ପରାମର୍ଶ ଓ ଚିକିତ୍ସା ଆରମ୍ଭ ହୋଇଛି। ଏଥିରେ ୧୫ରୁ ୧୯ ବର୍ଷୀୟ କିଶୋରୀଙ୍କୁ ଗୋଷ୍ଠୀ ସାଧନ ପରାମର୍ଶ ଓ ଚିକିତ୍ସା ସୁବିଧା ମିଳିପାରିବ।
ଏହାସହ ରାଜ୍ୟରେ ଭଲ କାମ କରୁଥିବା ମା ମାଉଡି ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରତି ଜିଲ୍ଲାରେ ଭଲ କାମ କରୁଥିବା ଜଣେ ଅଙ୍ଗନୱାଡି କର୍ମୀ, ମହିଳା ସଶକ୍ତିକରଣ ଓ ସୁରକ୍ଷା ଦିଗରେ କାମ କରିଥିବା ଜିଲ୍ଲା ମୟୁରଭଞ୍ଜ, ଢେଙ୍କାନାଳ, ଗଜପତି ଏବଂ ଋଣ ଦେଇ ମହିଳାଙ୍କୁ ସହାୟତା କରିଥିବା ଏସ୍ବିଆଇ, ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି।