ମିଶନ ଶକ୍ତି ଗ୍ରୁପର ସମସ୍ତ ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରାଯିବ : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | November 14, 2018 IST

ଭୁବନେଶ୍ବର୧୪|୧୧: ମିଶନ ଶକ୍ତି ଗ୍ରୁପର ସମସ୍ତ ସଦସ୍ୟାଙ୍କୁ  ସ୍ମାର୍ଟ ଫୋନ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ମେକ ଇନ ଓଡିଶା କନକ୍ଲେଭରେ ମହିଳା ଉଦୌଗୀ ଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ମହିଳା ଉଦୌଗୀଙ୍କୁ ପ୍ରୋତ୍ସାହନ, ଆର୍ଥିକ ସ୍ବାବଲମ୍ବୀ ଆନ୍ତର୍ଜାତିକ ବଜାରରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ମାର୍କେଟିଂ ସୁଯୋଗ ସୁବିଧା ଯୋଗାଇ ଦେବା ଲକ୍ଷ୍ୟବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟର ଲକ୍ଷ ମହିଳା ଏସ ଏଚ ଜି ଙ୍କୁ ଡିଜିଟାଲି ସଶକ୍ତିକରଣ କରିବା ମୋର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି । କନକ୍ଲେଭରେ ୫ ଶହ ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତିନିଧି ମଧ୍ୟ ଯୋଗ ଦେଇଥିଲେ ।  ସୂଚନା ଯୋଗ୍ୟ ଯେ, ମିଶନ ଶକ୍ତି ପ୍ରକଳ୍ପ କୁ ୨୦୦୧ ରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଏବେ ସୂଦ୍ଧା ଲକ୍ଷ ଏସ ଏଚ ଜି ସୄଷ୍ଟି ହେବା ସହ ଏଥିରେ ୭୦ ଲକ୍ଷ ସଦସ୍ୟା ଅଛନ୍ତି ଅପରପକ୍ଷରେ ରାଜ୍ୟର ୬ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ସ୍ମାର୍ଟଫୋନ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା । ଏହା କେବଳ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଚାଲ ବୋଲି ସେ କହିଛନ୍ତି ।ମହିଳାଙ୍କୁ କେବଳ ଲୋଭ ଦେଖାଉଛନ୍ତି ।କିନ୍ତୁ ରାଜ୍ୟରେ ମହିଳା ନିର୍ଯାତନା, ଦୁଷ୍କର୍ମ ବଢି ଚାଲିଛି ।ରାଜ୍ୟରେ ମହିଳାମାନେ ନ୍ୟାୟ ପାଉନାହାନ୍ତି ବୋଲି ସେ କହିବା ସହ ୨୦୧୯ରେ ମହିଳାମାନେ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.