କରୋନା ମୁକାବିଲାରେ ମିଶନ ଶକ୍ତି ପାଲଟିଛି ରାଜ୍ୟର ଶକ୍ତି, କାର୍ଯ୍ୟ କରୁଛନ୍ତି ୬ଲକ୍ଷ ଏସଏଚଜିର ୭୦ ଲକ୍ଷ ମହିଳା

Published By : Prameya-News7 Bureau | March 31, 2020 IST

ଭୁବନେଶ୍ୱର ୩୧।୩: କରୋନା ସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତିରେ ମିଶନ ଶକ୍ତି ଏବେ ପାଲଟିଛି ରାଜ୍ୟର ଶକ୍ତି। ଏହି ବିପଦର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ପଦକ୍ଷେପର ଅଗ୍ରଭାଗରେ ରହି ଏବେ ମିଶନ ଶକ୍ତି  କାର୍ଯ୍ୟକରୁଛି। ରାଜ୍ୟର ଗାଁଠୁ ସହର ପର୍ଯ୍ୟନ୍ତ ଥିବା ୬ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ସଦସ୍ୟା ମହାମାରୀ ସମୟରେ ପ୍ରମୁଖ ଦାୟିତ୍ୱ ତୁଲାଉଛନ୍ତି। ମିଶନ ଶକ୍ତି କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନଙ୍କ ତତ୍ୱାବଧାନରେ ଏସଏଚଜି ସଦସ୍ୟାମାନେ ଗାଁ ଠୁ ସହର ପର୍ଯ୍ୟନ୍ତ ନିରବଛିନ୍ନ ସେବା ଯୋଗାଇଦେଉଛନ୍ତି।

{"id":247212,"sizeSlug":"large"}

ଦେଶରେ ମାର୍ଚ୍ଚ ମାସ ଆରମ୍ଭ ବେଳକୁ କରୋନା ସଂକ୍ରମଣ ସମ୍ପର୍କରେ ଜାଣି ସାରିଥିଲେ। ତେବେ ରାଜ୍ୟରେ ଏ ନେଇ ସେତେବେଳକୁ ସଚେତନା କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଥିଲା। ୭୦ ଲକ୍ଷ ମହିଳା ପୋଷ୍ଟରମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିଲେ। ଫଳରେ ରାଜ୍ୟର ଗ୍ରାମାଞ୍ଚଳ ମହିଳାଙ୍କୁ କରୋନା ସଂକ୍ରମଣ ନେଇ ସଚେତନ କରିବା ସମ୍ଭବ ହୋଇପାରିଛି।

{"id":247215,"sizeSlug":"large"}

ସେହିପରି ଦେଶରେ କରୋନା ସଂକ୍ରମଣ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ୭ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ। ଏହି ସମୟରେ ଲୋକଙ୍କୁ ଘର ଭିତରେ ରଖିବାରେ ରାଜ୍ୟର ମହିଳା ଏସଏଚଜିଙ୍କ ଭୂମିକା ଉଲ୍ଲେଖନିୟ ରହିଛି। କରୋନା ସଂକ୍ରମଣରେ ମାସ୍କର ଆବଶ୍ୟକତା ଅଧିକ। ଏଣୁ ରାଜ୍ୟର ୪୦୦ ଏସଏଚଜି ଦିନକୁ ୫୦ ହଜାର ମାସ୍କ ଉତ୍ପାଦନ କରୁଛନ୍ତି। ଏମାନଙ୍କ ନିକଟରୁ ପୋଲିସ, ବ୍ୟାଙ୍କ ଓ ଗ୍ରାମ୍ୟ ସ୍ୱାସ୍ଥ୍ୟକର୍ମୀମାନେ ୬ଲକ୍ଷ ମାସ୍କ କ୍ରୟ କରିଛନ୍ତି। କେତେକ ସ୍ଥଳରେ ଲୋକଙ୍କ ଆବଶ୍ୟକତା ଦେଖି ମାଗଣାରେ ମଧ୍ୟ ମାସ୍କ ବଣ୍ଟନ କରାଯାଇଛି।

{"id":247214,"sizeSlug":"large"}

ଭାରତ ସରକାର ଲକଡାଉନ୍ ଘୋଷଣା କରିବା ପରେ ଲୋକଙ୍କ ନିକଟରେ ରାସନ ଓ ପନିପରିବା ପହଞ୍ଚାଇବା ସବୁଠୁ ବଡ ଚାଲେଞ୍ଜ ଥିଲା। ଯାହାର ଏସଏଚଜିମାନ ସଠିକ ପରିଚାଳନା କରିବାରେ ସଫଳ ହୋଇଛନ୍ତି। କଟକ, କେନ୍ଦ୍ରାପଡା, ବ୍ରହ୍ମପୁର ଓ କୋରାପୁଟ ଆଦି ସହରାଞ୍ଚଳରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ଲୋକଙ୍କ ଘରେ ପନିପରିବା ଓ ରାସନ ପହଞ୍ଚାଇଛନ୍ତି।

{"id":247216,"sizeSlug":"large"}

ସେହିପରି ଲକଡାଉନ୍ ସମୟରେ ଲୋକଙ୍କୁ ଖାଦ୍ୟ ଯୋଗାଣ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। ତେବେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଏସଏଚଜିକୁ ଦେବା ପରେ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଏହି କ୍ରମରେ ଏପର୍ଯ୍ୟନ୍ତ ଏସଏଚଜିମାନେ ପଞ୍ଚାୟତରେ ୧ଲକ୍ଷ ୭୫ ହଜାର  ୩୮୫ଟି ମିଲ ଯୋଗାଇ ଦେଇଥିବା ବେଳେ ୧୧୪ଟି ପୌରାଞ୍ଚଳରେ ୧୪ହଜାର ୩୮୩ଟି ମିଲ ଯୋଗାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.