ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ଆତ୍ମ ସମର୍ପଣ କଲେନି ସିଦ୍ଧୁ, ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ମାଗିଲେ ସମୟ
  • ||
  • ସନ୍ଧ୍ୟାରେ ରୟାଲ୍ସ ବନାମ କିଙ୍ଗସ, ଜିତିଲେ ପ୍ଲେ-ଅଫରେ ଏଣ୍ଟ୍ରି କରିବ ରାଜସ୍ଥାନ
  • ||
  • ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୦ ପଜିଟିଭ୍
  • ||
  • ଶନିବାରଠୁ ବଢିବ ତାତି, ଆସନ୍ତା ସପ୍ତାହରେ ଲଘୁଚାପ
  • ||
  • ୨୭ ମାସ ପରେ ମୁକୁଳିଲେ ଆଜମ ଖାନ, ସ୍ୱାଗତ ପାଇଁ ପହଁଚିଲେ ଶିବପାଲ ଯାଦବ
  • ||
  • ରାଜଧାନୀରେ ବୋମାମାଡ, ସହିଦନଗର ଥାନା ପୋଲିସର ତଦନ୍ତ ଜାରି
  • ||
  • ମଧ୍ୟାହ୍ନରେ ଆତ୍ମସମର୍ପଣ କରିବେ ସିଦ୍ଧୁ, ବର୍ଷେ ପାଇଁ ଯିବେ ଜେଲ୍ !
  • ||
  • ଆଜି ଜେଲରୁ ମୁକୁଳି ପାରନ୍ତି ଆଜମ ଖାନ, ଜେଲରେ ପହଁଚିଲା ଜାମିନ ଆଦେଶ
  • ||

ସୂର୍ଯ୍ୟକୁ ଛୁଇଁବାକୁ ହୋଇଛି ଯୋଜନା

12/08/2018 at 7:09 AM

ସୂର୍ଯ୍ୟକୁ ଛୁଇଁବାକୁ ହୋଇଛି ଯୋଜନା । ପ୍ରଥମ ଥର ପାଇଁ ନାସା ମହାକାଶକୁ ପ୍ରେରଣ କରିବାକୁ ଯାଉଛି ପାର୍କର୍ ସୋଲାର୍ ପ୍ରୋବ୍ । ଶନିବାର ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ଭୋର୍ ୩ ଟା ୩୧ ମିନିଟରେ ଏହି ସୌରଯାନକୁ ମହାକାଶକୁ ପ୍ରେରଣ କରାଯାଛି । ଯଦି ନାସା ଏହି ମିଶନ୍ ସଫଳ ହେଉଛି, ତେବେ ସୂର୍ଯ୍ୟକୁ ନେଇ ଥିବା ଅନେକ ପରିକଳ୍ପନା ଓ ରହସ୍ୟ ଉପରୁ ପରଦା ଉଠିପାରିବ । ଆମେରିକାର ଫ୍ଲୋରିଡାରୁ ଉତକ୍ଷେପଣ ହେବ ଏହି ବହୁ ପ୍ରତିକ୍ଷିତ ପାର୍କର ସୋଲାର ପ୍ରୋବ୍ । କାର୍ ଆକାରର ଏହି ସୌରଯାନକୁ ମହାକାଶକୁ ବୋହିନେବ ପ୍ରଚଣ୍ଡ ଶକ୍ତିଶାଳୀ ଡେଲଟା-୪ ରକେଟ୍ । ପୃଥିବୀ ଆକାରଠାରୁ ପ୍ରାୟ ୧୩ଗୁଣ ବଡ଼ ସୂର୍ଯ୍ୟ ସକଳ ଶକ୍ତିର ଆଧାର । ଏ ଜୀବ ଜଗତ ପାଇଁ ଶକ୍ତିର ଉତ୍ସ ସାଜିଥିବା ସୂର୍ଯ୍ୟର ଶକ୍ତି ପରଖିବାକୁ ଆରମ୍ଭ ହୋଇଛି ପ୍ରୟାସ । ନାସା ଦ୍ୱାରା ମହାକାଶକୁ ପଠାଇବାକୁ ଥିବା ଏହି ସୋଲାର ପ୍ରୋବ ସୂର୍ଯ୍ୟର ପ୍ରଭାମଣ୍ଡଳର ରହସ୍ୟ ବୁଝିବା ସହ ସୌର ବାୟୁମଣ୍ଡଳ ଉପରେ ଅଧିକ ଗବେଷଣା କରିବ । ତେବେ ସୂର୍ଯ୍ୟପୃଷ୍ଠର ତାପମାତ୍ରାକୁ ସହ୍ୟ କରିବା ପାଇଁ ଏହି ସୌରଯାନ ଉପରେ ସ୍ୱତନ୍ତ୍ର ପ୍ରକାରର ତାପରୋଧୀ କଭର ରହିଛି । ଯାହାର ମୋଟେଇ ପ୍ରାୟ ୪ ଦଶମିକ ୫ ଇଞ୍ଚ । ଏହି ମହାକାଶ ଯାନ ପୃଥିବୀ ଛାଡ଼ିବାର ପ୍ରାୟ ସାଢ଼େ ୭ବର୍ଷ ପରେ ସୂର୍ଯ୍ୟର ନିକଟତମ ସ୍ଥାନରେ ପହଞ୍ଚିବ ।

   Related Posts