Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମିଶନ କେନ୍ଦ୍ରାପଡା : ମୋଦିଙ୍କ ଗର୍ଜନ ସାଙ୍ଗକୁ ନବୀନଙ୍କ ରଣହୁଙ୍କାରରେ ଫାଟିପଡୁଛି କେନ୍ଦ୍ରାପଡା, ବିଜେଡିର ୯୭ ବିଧାୟକ ଓ ସାଂସଦ ଡେରା ପକାଇଛନ୍ତି କେନ୍ଦ୍ରାପଡାରେ

27/04/2019 at 6:28 PM

କେନ୍ଦ୍ରାପଡା ୨୭/୪ : ମିଶନ କେନ୍ଦ୍ରାପଡା। ୪ର୍ଥ ପର୍ଯ୍ୟାୟ ନିର୍ବାଚନ ରଣନୀତିର ଏପିସେଣ୍ଟର ପାଲଟିଛି କୋଷ୍ଟାଲ ଓଡିଶାର ଏହି ପଲିଟିକାଲି ହାଇ ସେନସିଟିଭ ଜିଲ୍ଲା। ସାରା ରାଜ୍ୟର ନଜର କିଏ ଏଠୁ ଜିତିବ। ବିଜେପିର ବୈଜୟନ୍ତ, ବିଜୟ ବାନା ଉଡାଇବେ ନା ଶଙ୍ଖନାଦରେ ଜୟଙ୍କ ହେଲିକପ୍ଟର ଶବ୍ଦ ଥଣ୍ଡା ପଡିଯିବ । ଦୁଇ ଦଳ ପାଇଁ ଏବେ ଏହି ନିର୍ବାଚନ ମଣ୍ଡଳୀ ପାଲଟିଛି ପତିଆରାର ଲଢେଇ । ପରସ୍ପରକୁ ମାତ୍ ଦେବାକୁ ଦୁଇ ଦଳ ଜବରଦସ୍ତ ଗୋଟି ଚାଳନାରେ ମାତିଛନ୍ତି ।

ମୋଦିଙ୍କ ଗର୍ଜନ ସାଙ୍ଗକୁ ନବୀନଙ୍କ ରଣହୁଙ୍କାରରେ ଫାଟିପଡୁଛି କେନ୍ଦ୍ରାପଡା ପରିବେଶ। ବିଜେଡିର ଡଜନ ଡଜନ ହେଭିଓେଟ ନେତା କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ଛାଇଯାଇଛନ୍ତି । ସେପଟେ ବିଜେପି ବି କିଛି କମ୍ ଯୋସ୍ ଲଗାଇନି। ବୈଜୟନ୍ତଙ୍କ ଇମେଜ୍ ଉପରେ ପୁଞ୍ଜିକରି ବିଜେପି ଏଠି ନିର୍ବାଚନ ବୈତରଣି ପାର ହେବାକୁ ବସିଛି। ବିଜେଡି ଭାବୁଛି ନବୀନଙ୍କୁ ଚ୍ୟାଲେଞ୍ଜ ଦେଇ ଓଡିଶା ରାଜନୀତିରେ କେହି ଆଗକୁ ବଢିପାରିବେନି। ବିଜେପିର ଯିଦ୍ ଏଥର ନବୀନଙ୍କ ସବୁଅଙ୍କ ଫେଲ ହୋଇଯିବ।

କେନ୍ଦ୍ରାପଡାରେ ନବୀନଙ୍କ ରାତ୍ରି ରହଣି ସାଙ୍ଗକୁ ଲଗାତର ଦୁଇଦିନ ଧରି ପ୍ରଚାର ବିଜେଡିର ଏହି ପୁରୁଣା ଗଡରୁ ପୁଣିଥରେ ଶଙ୍ଖନାଦ ଶୁଭିବ ବୋଲି ଦଳ ଭାବି ନେଇଛି। ସେପଟେ କେନ୍ଦ୍ରାପଡା ମାଟିରୁ ହିଁ ବିଜେଡି ସରକାର କ୍ଷମତାରୁ ଯାଉଛି ବୋଲି ମୋଦିଙ୍କ ସିଧା ଆକ୍ଷେପ ବିଜେପି ପ୍ରାର୍ଥୀଙ୍କ ଜିତ୍‌କୁ ସରଳ କରିବ ବୋଲି ଦଳ ଭାବୁଛି । ଛକାପଞ୍ଜା ରାଜନୀତିର ସବୁଅଙ୍କ ଏଠି ଜଟିଳ ହୋଇଯାଇଛି । ଧର୍ମେନ୍ଦ୍ର କହିଛନ୍ତି, କେନ୍ଦ୍ରାପଡାର ଏ ଲଢେଇ ବାହାରୁ ଆସି କ୍ୟାମ୍ପ କରିଥିବା ନେତାଙ୍କୁ ନେଇ ଜିତା ଯିବନି । ବରଂ କେନ୍ଦ୍ରାପଡାବାସୀ ହିଁ ନିଜପାଇଁ ଏ ଲଢେଇ ଲଢିବେ । ବିଜେଡି ନେତାଙ୍କ ଯୁକ୍ତି କେନ୍ଦ୍ରାପଡାବାସୀ ନବୀନଙ୍କ ସହ ଥିଲେ ଏଥର ବି ରହିବେ ।   

ବିଜେଡିର ୯୭ ଜଣ ବିଧାୟକ ଓ ସାଂସଦ କେନ୍ଦ୍ରାପଡାରେ ଡେରା ପକାଇଥିବାରୁ ପ୍ରଚାର ସରୁସରୁ ତାଙ୍କୁ ତୁରନ୍ତ ସେଠୁ ବିଦା କରାଯାଉ ବୋଲି ବିଜେପି ନିର୍ବାଚନ ଅଧିକାରୀଙ୍କ ଆଗରେ ଫେରାଦ ହୋଇଛି । ସେପଟେ ବୈଜୟନ୍ତଙ୍କ କିଛି ଅନୁଗତ ନିର୍ଦ୍ଧିଷ୍ଠ କେତେକ ସ୍ଥାନରେ ଛପିରହି ଟଙ୍କା ବାଣ୍ଟୁଛନ୍ତି ବୋଲି ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛି ବିଜେଡି।

ଆଜି ସରିଯାଇଛି ପ୍ରଚାର । ଦିନକ ଭିତରେ ଯିଏ ଅନ୍ଧାରି ବିଜେ କରିବାକଥା କରିବେ । କିନ୍ତୁ ଏକଥା ସ୍ପଷ୍ଟ ଯେ ନିର୍ବାଚନ ଗଣତନ୍ତ୍ରରେ ଭୋଟର ହିଁ ଭଗବାନ । ସେମାନେ ମନସ୍ଥିର କଲେ ନା ଟଙ୍କା, ନା ହାଇପ୍ରୋଫାଇଲ ନେତାଙ୍କ ପ୍ରଚାର କିଛି ବି କାମ ଦେବନି।….

   Related Posts