ଚିଲିକାରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

Published By : Prameya-News7 Bureau | January 22, 2020 IST

ଖୋର୍ଦ୍ଧା ୨୨/୧: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳ ରିଙ୍ଗ ବନ୍ଧ ନିକଟରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ବାଲୁଗାଁ ପୋଲିସ ।ମୃତ ଯୁବକ ଜଣଙ୍କ ବାଲୁଗାଁ ଥାନା ବିଷ୍ଣୁଡିହ ଗ୍ରାମର ସୁକେଶ ସାହୁ(୨୦)    ବୋଲି ଜଣାପଡିଛି । ଚିଲିକାରୁ  ବାଲୁଗାଁ ପୋଲିସ  ଶବ ଉଦ୍ଧାର ପରେ ଜବତ କରି ତଦନ୍ତ ଜାରି ରଖିଛି।

{"id":214504,"sizeSlug":"large"}

 ମୃତକ ଜଣଙ୍କ ୨ ଦିନ ତଳେ ନିଖୋଜ ଥିଲେ ବୋଲି ପରିବାର ଲୋକେ ସୁକେଶ ନିଖୋଜ ହୋଇଥିବା ନେଇ ବାଲୁଗାଁ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ତଦନ୍ତର ଦିଗ ପରିବର୍ତ୍ତନ ହେବ ବୋଲି ବାଲୁଗାଁ ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.