କାଠଯୋଡି ନଦୀକୁ ଡେଇଁ ପଡିଥିବା ଦେବବ୍ରତଙ୍କ ଏଯାଏଁ ମିଳିନି ପତ୍ତା : ସ୍ତ୍ରୀ ସହ ଝଗଡା ପରେ ନଦୀକୁ ଡେଇଁପଡିଥିଲେ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | October 10, 2019 IST

କଟକ ୧୦।୧୦: କାଠଯୋଡ଼ିରୁ ଡେଇଁ ପଡ଼ିଥିବା ଯୁବକ ଦେବବ୍ରତ ମହାପାତ୍ରଙ୍କ ଏଯାଏଁ ପତ୍ତା ମିଳିନାହିଁ । ଗତକାଲି ସ୍ତ୍ରୀ ସହ ଝଗଡ଼ା ପରେ ପୋଲ ଉପରୁ କାଠଯୋଡ଼ି ନଦୀକୁ ଡେଇଁ ପଡ଼ିଥିଲେ ସ୍ବାମୀ । କଟକ କାଠଯୋଡ଼ି ବ୍ରିଜ୍ ଉପରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଥିଲେ ବି ନିଖୋଜ ଦେବବ୍ରତ ମହାପାତ୍ରଙ୍କ ପତ୍ତା ମିଳିନି ।

{"id":168045}

ସ୍ବାମୀ ପାଣିକୁ ଡେଇଁ ପଡ଼ିବା ଦେଖି ସ୍ତ୍ରୀ ଶୁଭଲକ୍ଷ୍ମୀ ବି ଡେଇଁବାକୁ ଉଦ୍ୟମ କରୁଥିଲେ । ଜଣେ ପ୍ରତ୍ୟକ୍ଷଦର୍ଶୀ ତାଙ୍କୁ ବଞ୍ଚାଇ ଦେଇଥିଲେ । ପୋଲିସ ଶୁଭଲକ୍ଷ୍ମୀ ଏବଂ ତାଙ୍କ ଶିଶୁଙ୍କୁ ନେଇ ପଚରାଉଚରା କରିଛି ।

{"id":168204}

୫ ବର୍ଷ ତଳେ ଦେବବ୍ରତ ଏବଂ ଶୁଭଲକ୍ଷ୍ମୀଙ୍କ ବିବାହ ହୋଇଥିଲା । ଶୁଭଲକ୍ଷ୍ମୀ ଶିକ୍ଷକତା କରନ୍ତି । ତେବେ ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ବୋଲି କହିଛନ୍ତି ଶୁଭଲକ୍ଷ୍ମୀଙ୍କ ବାପା ଦୈତାରୀ ପରିଡା ।

{"id":168205}

ଚାକିରୀ ସଂପର୍କରେ ମିଛ କହି ବାହା ହୋଇଥିଲେ ଦେବବ୍ରତ । ଏହାସହ ସବୁବେଳେ ପତ୍ନୀଙ୍କୁ ମାରପିଟ୍ କରିବା ସହ ସନ୍ଦେହ କରୁଥିଲେ ବୋଲି ଅଭିଯୋଗ କହିଛନ୍ତି ଶୁଭଲକ୍ଷ୍ମୀଙ୍କ ବାପା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.