Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ଶୁକ୍ରବାର ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ

30/01/2021 at 10:23 AM

ପୁରୀ ୩୦।୧: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହୋଇଥିବା ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର ହୋଇଛି । ପିଙ୍କ୍ ହାଉସ୍ ବେଳାଭୂମୀ ନିକଟରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକ ହେଲେ ଝାଡଖଣ୍ଡର ଦୀପକ କୁମାର । ଶୁକ୍ରବାର ଚକ୍ରତୀର୍ଥ ବେଳାଭୂମୀ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ହୋଇଥିଲେ ଦୀପକ । ପରିବାର ସହ ଗାଧାଉଥିବା ବେଳେ ଭାସି ଯାଇଥିଲେ ୭ ଜଣ । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଦୀପକ ନିଖୋଜ ଥିଲେ ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ସମୁଦ୍ରରେ ଗୋଧୋଇବା ବେଳେ ନାବାଳକ ନିଖୋଜ ହୋଇଯାଇଥିଲେ । ମଧ୍ୟାହ୍ନ ୧୨ଟା ସମୟରେ ପୁରୀ ଚକ୍ରତୀର୍ଥ ରୋଡ଼୍ ପିଙ୍କ୍ ହାଉସ୍ ହୋଟେଲ ପଛପଟ ସମୁଦ୍ରରେ ଦୀପକ ତାଙ୍କ ପରିବାର ସହ ଗାଧାଉଥିବା ବେଳେ ୭ ଜଣ ଗଭୀର ସମୁଦ୍ରକୁ ଭାସି ଯାଇଥିଲେ । ସେଠାରେ ଥିବା ପ୍ରାଇଭେଟ୍ ଲାଇଫଗାର୍ଡ଼ମାନେ ୬ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଦୀପକଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ଚକ୍ରତୀର୍ଥ ପେଣ୍ଠକଟା ଆଉଟପୋଷ୍ଟରେ ଥିବା ପୋଲିସ ପହଞ୍ଚିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଇଫଗାର୍ଡ଼ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସମୁଦ୍ର ଭିତରେ ଖୋଜା ଖୋଜି କରିଥିଲେ ମଧ୍ୟ ଦୀପକର ପତ୍ତା ପାଇନଥିଲେ । ଶନିବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଚକ୍ରତୀର୍ଥ ବେଳାଭୂମି ଅଞ୍ଚଳରେ ଗୋଧୋଇବା ସୁରକ୍ଷିତ ନୁହେଁ ବୋଲି ବାରମ୍ବାର ସଚେତନ ଓ ସତର୍କ କରାଯାଉଥିଲେ ମଧ୍ୟ ପର୍ଯ୍ୟଟକମାନେ ଅମାନିଆ ହୋଇ ଏଠାରେ ଗାଧାଉଛନ୍ତି । ଫଳରେ ବାରମ୍ବାର ଏହି ଅଞ୍ଚଳରେ ଅନେକ ପର୍ଯ୍ୟଟକଙ୍କ ଅମୂଲ୍ୟ ଜୀବନ ଯିବା ସହ ଅନେକ ମଧ୍ୟ ଉଦ୍ଧାର ହେଉଛନ୍ତି ।

   Related Posts