Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଚିପିଲିମା ପାଓ୍ବାର ହାଉସରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପିସି ବ୍ରିଜ୍ ଉପରୁ ଡେଇଁ ନିଖୋଜ ଥିଲେ

22/09/2020 at 3:28 PM

ସମ୍ବଲପୁର ୨୨।୯: ବୁର୍ଲା ପିସି ବ୍ରିଜ ଉପରୁ ଡେଇଁ ନିଖୋଜ ଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ଯୁବକଙ୍କ ମୃତଦେହ ଚିପିଲିମା ପାଓ୍ବାର ହାଉସରେ ଭାସୁଥିଲା । ପରିବାର ଲୋକଙ୍କୁ ଡାକି ପୋଲିସ ମୃତଦେହ ଚିହ୍ନଟ କରିଛି । ଘଟଣାସ୍ଥଳରେ ପରିବାର ଲୋକେ ଓ ଅଗ୍ନିଶମବାହିନୀ ଉପସ୍ଥିତ ଅଛନ୍ତି ।

ସୂଚନା ଅନୁସାରେ, ଗତକାଲି ବୁର୍ଲା ପିସି ବ୍ରିଜରୁ ମହାନଦୀକୁ ଡେଇଁ ସମ୍ବଲପୁରର ଯୁବକ ନିଖୋଜ ଥିଲେ । ବ୍ରିଜ ଉପରୁ ଯୁବକଙ୍କ ସ୍କୁଟି, ଚପଲ ଜବତ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ଯୁବକ ଜଣଙ୍କ ଗତକାଲିଠାରୁ ନିଖୋଜ ଥିବା ନେଇ ସମ୍ବଲପୁର ଟାଉନ ଥାନାରେ ଜଣାଇଥିଲେ ପରିବାର ଲୋକେ । ଯୁବକ ଜଣଙ୍କ ଦଳେଇପଡାର ସାକିର ମିର୍ଦ୍ଧା । ଗତକାଲିଠାରୁ ସେ ଘରୁ ନିଖୋଜ ଥିଲେ । ପରିବାର ଲୋକେ ଟାଉନ ଥାନା ନିଖୋଜ ନେଇ ଏତଲା ଦେଇଥିଲେ ।

   Related Posts