ସାଇଫନ୍‌ରେ ମାଛ ଧରୁଥିବା ବେଳେ ନିଖୋଜ ଥିଲେ ଯୁବକ, ଦୀର୍ଘ ୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 30, 2020 IST

ସାଲେପୁର ୩୦।୮: କଟକ ଜିଲ୍ଲା ମାହାଙ୍ଗା ତ୍ରିବେଣୀଶ୍ବର ବାଲିପଡିଆ ସାଇଫନରେ ମାଛ ଧରୁଥିବା ବେଳେ ପାଣି ସ୍ରୋତରେ ଖସିଯାଇ ନିଖୋଜ ହୋଇଥିଲେ ଯୁବକ । ନିଖୋଜ ଯୁବକ ମାହାଙ୍ଗା ସାହାପୁରର ଛବି କବାଟି । ଦମକଳ ବାହିନୀ ନିଖୋଜ ଯୁବକଙ୍କ ସନ୍ଧାନ ପାଇପାରି ନଥିଲା ।

{"id":322308,"sizeSlug":"large"}

ପରେ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲା । ଦୀର୍ଘ ୧୦ ଘଣ୍ଟା ପରେ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରିବା ପରେ ସାଇଫନ ଭିତରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଏନଡିଆରଏଫ ଟିମ୍ । ଶବକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.