ଜଳ ପ୍ରପାତରେ ଦୁଇ ଯୁବକ ବୁଡି ଘଟଣା, ଆଉ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | September 22, 2020 IST

ରାଉରକେଲା ୨୨।୯: ସୁନ୍ଦରଗଡ ଗୁରୁଣ୍ଡିଆ ବାଦଲଗିରି ଜଳ ପ୍ରପାତରେ ବୁଡି ନିଖୋଜ ଥିବା ଦୁଇ ଯୁବକଙ୍କ ମଧ୍ୟରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ପୂର୍ବରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ରବିବାର ଦିନ ରାଉରକେଲାରୁ ୪ଟି ସ୍କୁଟିରେ ୮ ଜଣ ଯୁବକ ଗୁରୁଣ୍ଡିଆ ବାଦଲଗିରି ଜଳପ୍ରପାତକୁ ଯାଇଥିଲେ । ସେଠାରେ ଗାଧୋଇବା ସସମୟରେ ପାଣିରେ ବୁଡି ଦୁଇ ଯୁବକ  ନିଖୋଜ ହୋଇଥିଲେ । ନିଖୋଜ ଯୁବକ ଅନିମେଶ ସିଂହଙ୍କ ମୃତଦେହ ସେହିଦିନ ମିଳିଥିବା ବେଳେ ରାଉରକେଲା କୋଏଲ ନଗରର ସାଇସ୍ବରୂପ ମହାନ୍ତି ନିଖୋଜ ଥିଲେ । ମଙ୍ଗଳବାର ସାଇସ୍ବରୂପ ମହାନ୍ତି ମୃତଦେହ ଉଦ୍ଧାର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.