ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?

Published By : Prameya-News7 Bureau | January 21, 2021 IST

ନବରଙ୍ଗପୁର ୨୧।୧: ନବରଙ୍ଗପୁର ସହର ମଙ୍ଗଳମ୍ ଟିମ୍ବର ପ୍ଲାଣ୍ଟ ନିକଟରେ ଥିବା ନୀଳଗିରି ବାଡ଼ରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ନବରଙ୍ଗପୁର ପୋଲିସ। ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକ ଜଣେ ଯୁବକଙ୍କ ମୃତଦେହଟିକୁ ନୀଳଗିରି ବାଡ଼ ଭିତରେ ପଡିଥିବା ଦେଖିଥିଲେ । ଏହାପରେ ନବରଙ୍ଗପୁର ପୋଲିସକୁ ଖବର ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।  ମୃତ ଯୁବକ ଜଣଙ୍କ ବେହରାଗୁଡା ଗ୍ରାମର ରମେଶ ଭତରା।  ଗତ ଶନିବାର ରାତିରୁ ରମେଶ ଭତରା ନିଖୋଜ ଥିଲେ । ଶବ ଉଦ୍ଧାର କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.