ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

Published By : Prameya-News7 Bureau | September 10, 2021 IST

ଆନନ୍ଦପୁର ୧୦।୯: ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା କନ୍ତୋ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ହେଉଛନ୍ତି ଅର୍ଜୁନ ମୁଣ୍ଡା ।

ସୂଚନାଯୋଗ୍ୟ ଯେ, ଗୁରୁବାର କାମ କରିବାକୁ ଯାଇ ରାତିରେ ଆଉ ଘରକୁ ଫେରିନଥିଲେ ଅର୍ଜୁନ । କେଉଁ ବନ୍ଧୁ ବାନ୍ଧବ ଘରେ ରହିଯାଇଥିବା ସନ୍ଦେହରେ ପରିବାରଲୋକେ ଆଉ ବିଶେଷ ଖୋଜାଖୋଜି କରିନଥିଲେ । ତେବେ ଘର ନିକଟରେ ଥିବା ପୋଖରୀରେ ଶୁକ୍ରବାର ମୃତଦେହ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିଥିଲେ । କେଉଁ ପରିସ୍ଥିରେ ଅର୍ଜୁନ ପାଣିରେ ବୁଡିଲେ ତାକୁ ନେଇ ପରିବାର ପକ୍ଷରୁ ସନ୍ଦେହ ସୃଷ୍ଟି ହୋଇଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.