୨ ଦିନ ତଳେ ମହାନଦୀକୁ ଡେଇଁଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ : କାରଣ ଖୋଜୁଛି ପୋଲିସ

Published By : Prameya-News7 Bureau | December 19, 2020 IST

ପାରାଦୀପ ୧୯।୧୨: ମହାନଦୀକୁ ଡେଇଁ ପଡିଥିବା ଯୁବକଙ୍କର ମୄତଦେହ ଉଦ୍ଧାର ହୋଇଛି । ମୄତ ଯୁବକ ହେଲେ କୁଜଙ୍ଗ ବ୍ଲକ କରତୁଠା ଗ୍ରାମର ଲକ୍ଷ୍ମୀକାନ୍ତ ନାୟକ । ତାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି ।

{"id":378843,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ଗୁରୁବାର ସନ୍ଧ୍ୟା ସମୟରେ ଜଣେ ଯୁବକ ବାଇକ୍‌ରେ ଆସି ନଦୀ କୂଳରେ ବାଇକ୍ ଓ ଦୁଇଟି ମୋବାଇଲ ରଖି ହଠାତ୍ ନଦୀକୁ ଡେଇଁ ପଡିଥିଲେ । ସେହି ସମୟରେ ନଦୀରେ ମାଛ ଧରୁଥିବା ମତ୍ସ୍ୟଜୀବୀ ତାଙ୍କୁ ଦେଖି ତୁରନ୍ତ କୁଜଙ୍ଗ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିବା ସହ ଅଗ୍ନିଶମ ବାହିନୀ ଖୋଜାଖୋଜି ଆରମ୍ଭ କରିଥିଲେ । ଘଟଣାଟି ସନ୍ଧ୍ୟା ସମୟରେ ଘଟିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା ।

{"id":378846,"sizeSlug":"large","linkDestination":"none"}

ଶୁକ୍ରବାର ସକାଳୁ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଦିନ ତମାମ ଲାଗିଥିଲେ ମଧ୍ୟ ମୄତଦେହ ମିଳିପାରିନଥିଲା । ତେବେ ଶନିବାର ସକାଳୁ ଅଗ୍ନିଶମ ବାହିନୀ ମୄତଦେହ ଉଦ୍ଧାର କରିଛନ୍ତି । ମୃତ ଯୁବକ ଜଣଙ୍କ ଉମାକାନ୍ତ ନାୟକଙ୍କ ପୁଅ ଲକ୍ଷ୍ମୀକାନ୍ତ ନାୟକ । ତେବେ ଲକ୍ଷ୍ମୀକାନ୍ତ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ସେନେଇ କୁଜଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.