ନିଖୋଜର ୨ ଦିନ ପରେ ମିଳିଲା ଯୁବକଙ୍କ ପତ୍ତା, ସରପଞ୍ଚଙ୍କ ଦ୍ବାରା ଆକ୍ରମଣର ଶିକାର ଅଭିଯୋଗ ଆଣିଲେ ପରିବାର ଲୋକ

Published By : Prameya-News7 Bureau | January 05, 2021 IST

ବଲାଙ୍ଗୀର ୫।୧: ଭୋଜିକରିବାକୁ ଯାଇ ଝଗଡା ହେଲା। ପରେ ଥାନାକୁ କଥା ଗଲା । ଏତଲା ଦେବା ପରେ ଯୁବକଙ୍କ ଉପରକୁ ହେଲା ଆକ୍ରମଣ । ଏଭଳି କିଛି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖୁଜେଲପାଲି ପଞ୍ଚାୟତ ମାଙ୍କଡଚୂଆଁ ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଗାଁର ଶ୍ରୀଧର ମିର୍ଧା ନାମକ ଯୁବକ ତାଙ୍କର କିଛି ସାଙ୍ଗମାନଙ୍କ ସହ ଗତ ୧ ତାରିଖରେ ଭୋଜି କରିବାକୁ ଯାଇଥିଲେ । ସେଠାରେ ସେହି ଗାଁର କିଛି ଯୁବକଙ୍କ ସହ ଝଗଡା ସହ ମାରପିଟ ମଧ୍ୟ ହୋଇଥିଲା। ଏନେଇ ଶ୍ରୀଧର ଓ ତାଙ୍କ ପରିବାର ଲୋକ ସଦର ଥାନାରେ ଏତଲା ଦେଇଥିଲେ। ଏନେଇ ୨ ତାରିଖରେ ସ୍ଥାନୀୟ ସରପଞ୍ଚ ରାଜେନ୍ଦ୍ର ହୋତା, ଶ୍ରୀଧରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଗାଲିଗୁଲଜ କରିବା ସହ ମାରିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀଧରଙ୍କ ବଡ ଭାଇ ଓ ତାଙ୍କ ଭାଉଜ। 

ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ସେ ଗୁରୁତର ଥିବା କହିଛନ୍ତି ପରିବାର ଲୋକ।  ଏନେଇ ସେହି ଗାଁର ସରପଞ୍ଚଙ୍କ କାକା ଓ ତାଙ୍କ କିଛି ସହଯୋଗୀ ଏଭଳି ମାଡ ମାରିଥିବା ବେଳେ ତାଙ୍କ ନାଁରେ ସଦର ଥାନାରେ ଏତଲା ଦିଆଯାଇଛି । ତେବେ ପୋଲିସ ଏ ଦିଗରେ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.