ଟ୍ରେନ୍ରେ କଟି ନିଖୋଜ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକ
24/01/2020 at 11:07 AM

ରାଇରଙ୍ଗପୁର ୨୪।୧: ରେଳ ଧାରଣା କଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ବାଦାମପାହାଡ ଥାନା ସୁଲିଦୁମା ଗ୍ରାମର ବୀରସିଂ ମୁର୍ମୁ । ହତ୍ୟା ଅଭିଯୋଦ ଆଣିଛନ୍ତି ପରିବାରଲୋକ । ଘଟଣାର ତଦନ୍ତ କରୁଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଟାଟା- ବାଦାମପାହାଡ ଟ୍ରେନ୍ ଲାଇନ୍ କେଶରଗଡିଆ ଧାରଣା କଡରୁ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ରାତିରେ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଥିଲା ।

ପରିବାର ଲୋକ କିନ୍ତୁ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରୁଛନ୍ତି । ଗତକାଲି ଜାନମ ଘୁଟୁ ଯାତ୍ରାରୁ ଯୁବକ ନିଖୋଜ ଥିବାରୁ ପରିବାର ଲୋକେ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ।