କଳାହାଣ୍ଡି ରାବଣଦର ଜଳପ୍ରପାତରେ ବୁଡି ନିଖୋଜ ଥିବା ଯୁବକଙ୍କ ମୃତଦେହ ଦୁଇଦିନ ପରେ ଉଦ୍ଧାର

Published By : Prameya-News7 Bureau | September 30, 2018 IST

କଳାହାଣ୍ଡି ୩୦/୯ : କଳାହାଣ୍ଡି ରାବଣ ଦର ଜଳପ୍ରପାତରେ ବୁଡି ତେଲେଙ୍ଗାନାର ଜଣେ ଯୁବକ ନିଖୋଜ ହୋଇଯାଇଥିଲେ | ଆଜି ଯୁବକଙ୍କ ମୃତ୍ୟ ଦେହ ଠାବ ହୋଇଛି | ଭବାନୀପାଟଣା ସଦର ପୋଲିସ ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ମୃତକ ଡବ୍ଲୁ. କ୍ରିଷ୍ଣା ତାଙ୍କ ୧୦ ଜଣ ସାଙ୍ଗ ସହିତ ବଣଭୋଜି କରିଯାଇଥିଲେ | ଗାଧୋଇବା ସମୟରେ ନିଖୋଜ ହୋଇ ଯାଇଥିଲେ | ସାଙ୍ଗମାନେ ପୋଲିସକୁ ଖବର ଦେଲା ପରେ ଦମକଳ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି କରିଥିଲେ | କିନ୍ତୁ ପାଇନଥିଲେ | ବହୁ ଖୋଜାଖୋଜି ପରେ ଆଜି ମୃତ୍ୟୁଦେହ ଠାବ ହୋଇଥିଲା | ପ୍ରାଥମିକ ସୂଚନା ଅନୁସାରେ ମୃତ୍ୟକ ଭବାନୀପାଟଣା ନକଟିଗୁଡା ଅଞ୍ଚଳରେ ଦୁଇ ମାସ ହେବ ରହି ଏକ ସଂସ୍ଥାରେ କମ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.