Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଭଞ୍ଜନଗର ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

18/09/2018 at 1:03 PM

ଗଂଜାମ ୧୮/୯ : ଭଞ୍ଜନଗର ତାରସିଙ୍ଗି ଥାନା ଅନ୍ତର୍ଗତ ଭୋଗରା ଗାଁର ନିଖୋଜ ଜିତେନ୍ଦ୍ର ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି | ଗତ ୨୮ ତାରିଖରୁ ଜିତେନ୍ଦ୍ର ନିଖୋଜ ହୋଇଯାଇଥିଲେ | ଗତକାଲି ରାତିରେ କିରିଆମ୍ବା ଜଙ୍ଗଲରୁ ଜିତେନ୍ଦ୍ରଙ୍କ ବାଇକ ମିଳିଥିଲା | ଛାନଭିନ କରି ଆଜି ମାଟି ତଳୁ ପୋଲିସ ତାଙ୍କର ଶବ ଉଦ୍ଧାର କରିଛି | ଜିତେନ୍ଦ୍ରଙ୍କୁ ହତ୍ୟା ପରେ ଦୁର୍ବୁର୍ତ୍ତମାନେ ମାଟି ତଳେ ପୋତି ଦେଇଥିବା ସନ୍ଦେହ କରାଯାଉଛି | ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି | ହତ୍ୟାକାରୀର ଗିରଫ ଦାବିରେ ଜିତେନ୍ଦ୍ରଙ୍କ ପରିବାର ଲୋକେ ଓ ଗ୍ରାମବାସୀ ରାସ୍ତାରେ ଶହ ଶହ ବାଇକ ରଖି ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି | ରାସ୍ତାରେ ନିଆଁ ଯଲିଛନ୍ତି ଉତ୍ୟକ୍ତ ଲୋକେ | ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି | ଶାନ୍ତି ବଜାୟ ରଖିବା ପାଇଁ ଘଟଣାସ୍ଥଳରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି |

   Related Posts