ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୯ଦିନ ତଳେ ନିର୍ବାଚନୀ ପ୍ରଚାରରେ ଯାଇ ନିଖୋଜ ଥିଲେ

Published By : Prameya-News7 Bureau | April 17, 2019 IST

ନବରଙ୍ଗପୁର ୧୭।୪: ନବରଙ୍ଗପୁର ଝରିଗାଁ ବ୍ଲକ୍ ଗୌଡସାହି ଗାଁର ନିଖୋଜ ଥିବା ଅଭିଜିତ ମଣ୍ଡଳଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୯ତାରିଖରେ କଂଗ୍ରେସ ରାଲିରେ ଯାଇ ଆଉ ଘରକୁ ଫେରିନଥିଲେ ଅଭିଜିତ୍ । ଏନେଇ ପରିବାର ଲୋକେ ୧୦ ତାରିଖରେ ଝରିଗାଁ ଥାନାରେ ଏତଲା ଦେଇଥିଲେ । ଆଜି ୯ ଦିନ ପରେ କୁସୁମପାଣି ଜଙ୍ଗଲରୁ ଅଭିଜିତର ମୃତଦେହ ମିଳିଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଅନୁମାନ କରୁଛି ।

{"id":104196}

ସୂଚନା ଅନୁସାରେ ୨୦୧୯  ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିଲା ବେଳେ ଗତ ୯ ତାରିଖରେ କଂଗ୍ରେସ ପକ୍ଷରୁ ଏକ ବାଇକ୍ ରାଲିରେ ସାମିଲ ହୋଇଥିଲେ ଅତୁଲ ମଣ୍ଡଳଙ୍କ ପୁଅ ଅଭଜିତ ମଣ୍ଡଳ । ଅଭିଜିତ ତାଙ୍କ ବାଇକ୍ ନେଇ କଂଗ୍ରେସ ରାଲିରେ ଯିବି ବୋଲି ଘରେ ମାକୁ କହି ଝରିଗାଁ ଆସିଥିଲେ । କିନ୍ତୁ ରାଲି ସରିଲା ପରେ ମଧ୍ୟ ଘରକୁ ଫେରି ନଥିଲେ ଅଭିଜିତ ।

{"id":104197}

ଗାଁର ଆଖପାଖରେ ପରିବାରଲୋକ ରାତିସାରା ଖୋଜାଖୋଜି କରିଥିଲେ ବି ପାଇନଥିଲେ। ଏ ନେଇ ଅଭିଜିତର ବାପା ଅତୁଲ ମଣ୍ଡଳ ୧୦ ତାରିଖ ସକାଳେ ଝରିଗାଁ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ କହିଥିଲେ ଖୋଜାଖୋଜି ଚାଲିଛି ବୋଲି କହିଥିଲେ । ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":104198}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.