ତିନି ଦିନ ହେବ ନିଖୋଜ ଥିବା ଯୁବକଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର

Published By : Prameya-News7 Bureau | March 13, 2019 IST

କେନ୍ଦୁଝର ୧୩|୩ : କୂଅ ଭିତରେ ମୃତଦେହ ଠାବ ହୋଇଛି । କେନ୍ଦୁଝର ତୁରୁମୁଙ୍ଗା ଥାନା ଭୁଲୁଦା ଗାଁ ନିକଟ ଜଙ୍ଗଲ ପାଖରେ ଥିବା କୂଅ ଭିତରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।  ମୃତକ ହେଲେ ବଳିଆପଶି ଗାଁର ନରେନ୍ଦ୍ର ବେହେରା । ଗାଁ ଲୋକେ ସକାଳୁ ଜଙ୍ଗଲକୁ ଯିବା ସମୟରେ କୂଅ ଭିତରେ ମୃତଦେହ ଭାସିବା ଦେଖି ପୋଲିସକୁ ଖବର ଦେଇଥିଲେ । ତୁରୁମୁଙ୍ଗା ପୋଲିସ ଓ ପାଟଣା ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ  ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ନରେନ୍ଦ୍ର ତିନିଦିନ ହେବ ନିଖୋଜ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.