ନଦୀକୁ ଡେଇଁବାର ୭୨ ଘଣ୍ଟା ପରେ ମିଳିଲା ସାନ ଭଉଣୀଙ୍କ ମୃତଦେହ, ଏପର୍ଯ୍ୟନ୍ତ ମିଳୁନି ବଡ ଭଉଣୀଙ୍କ ପତ୍ତା

Published By : Prameya-News7 Bureau | October 17, 2020 IST

ବଲାଙ୍ଗିର ୧୭।୧୦: ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁଥିବା ଦୁଇ ଯୁବତୀଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୭୨ ଘଣ୍ଟା ପରେ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ତରଭା ଥାନା ଅଡ୍ଡା ତେଲ ନଦୀରୁ ମିଳିଛି ଆଞ୍ଚଲଙ୍କ ମୃତଦେହ । ଏବେ ବି ବଡ ଭଉଣୀ ଅନମୋଲ ଅଗ୍ରୱାଲ ନିଖୋଜ ଅଛନ୍ତି ।

{"id":345830,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁ ପଡିଥିଲେ ଦୁଇ ଭଉଣୀ । ଏକା ସାଙ୍ଗରେ ବ୍ରିଜ୍ ଉପରୁ ତେଲ ନଦୀକୁ ଦୁଇ ଭଉଣୀ ୨୨ ବର୍ଷ ବୟସ୍କା ଅନମୋଲ ଅଗ୍ରଓ୍ବାଲ ଓ ୧୯ ବର୍ଷ ବୟସ୍କ ଆଞ୍ଚଲ ଅଗ୍ରଓ୍ବାଲ ଡେଇଁ ପଡିଥିଲେ । ନିଖୋଜ ହେବା ଘଟଣାର ୭୨ ଘଣ୍ଟା ପରେ ସାନ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ହେଲେ ଏଯାଏଁ ବଡ ଭଉଣୀଙ୍କ କୌଣସି ପତ୍ତା ମିଳିପାରିନାହିଁ ।

{"id":345831,"sizeSlug":"large"}

ସେପଟେ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ୍ ନଦୀରେ ବଡ ଭଉଣୀଙ୍କୁ ଖୋଜାଖୋଜି କରୁଛନ୍ତି । ସ୍କୁବା ଡାଇଭର, ଦୁଇ ପାଣି ବୁଡାଳି ଟିମ୍ ପାଣି ଭିତରେ ବୁଡି ଦୀର୍ଘ ଘଣ୍ଟା ଧରି ଖୋଜାଖୋଜି କରୁଛନ୍ତି । ମାତ୍ର ଅନମୋଲଙ୍କର କୌଣସି ପତ୍ତା ମିଳିପାରିନାହିଁ ।

{"id":345832,"sizeSlug":"large"}

ଅନ୍ୟପଟେ ଏଯାଏଁ ଦୁଇ ଭଉଣୀ ଏଭଳି କାହିଁକି ବ୍ରିଜ ଉପରୁ ଡେଇଁଲେ ତାର କୌଣସି କାରଣ ଜଣାପଡିନାହିଁ । ତେବେ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ସେନେଇ କିଛି ଠୋସ୍ ସୁରାକ ନ ଥିଲେ ମଧ୍ୟ ପାରିବାରିକ କଳହକୁ ନେଇ ଏପରି କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.