ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଗତକାଲିଠାରୁ ଥିଲେ ନିଖୋଜ
25/06/2019 at 10:18 AM

କେନ୍ଦ୍ରାପଡା ୨୫|୬: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାରିମୂଳ ପଞ୍ଚାୟତ ଅଫିସ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି | ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଓସ୍ତପୁର ଗ୍ରାମର ପାର୍ବତୀ ହେମ୍ରମ | ତାଙ୍କ ବୟସ ୪୫ବର୍ଷ ହେବ |

ସୂଚନାଯୋଗ୍ୟ ଯେ, ଗତକାଲି ମୂଲ ଲାଗିବାକୁ ଯାଇ ଆଉ ଘରକୁ ଫେରିନଥିଲେ ପାର୍ବତୀ | ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଆଜି ବାରିମୂଳ ପଞ୍ଚାୟତ ଅଫିସ ନିକଟରୁ ପାର୍ବତୀଙ୍କ ମୃତଦେହ ମିଳିଥିଲା | ତେବେ ପାର୍ବତୀଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ | ସଦର ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି |
Related Posts
ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
18 January 2021
କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
18 January 2021
ଲୁଚକାଳି ଖେଳୁଛି ଶୀତ : ଆଜିଠୁ ବଢିବ ତାପମାତ୍ରା, ଗୁରୁବାରରୁ ପୁଣି ଥରାଇବ
18 January 2021
ଆଜିଠୁ ଖୋଲିବ ଘଟଗାଁ ମା ତାରିଣୀଙ୍କ ମନ୍ଦିର, ଲାଗିବନି ଭୋଗ-ଦୀପ-ଧୂପ
18 January 2021