Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ବ୍ରିଜ୍ ତଳକୁ କଲେଜ ଛାତ୍ରୀ ଡେଇଁ ପଡ଼ିବା ଘଟଣା : ୪ଦିନ ପରେ ମିଳିଲା ମୃତଦେହ

26/12/2019 at 12:49 PM

କେନ୍ଦ୍ରାପଡା ୨୬/୧୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କୁଆଁରପାଳ ଗ୍ରାମ ନିକଟସ୍ଥ ଲୁଣା ନଦୀରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀ ଜଣଙ୍କ ହେଲେ ସାଲେପୁର ଥାନା ବହ୍ଲବୀ ଦେବୀ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ ରୋନାଲି ମହାନ୍ତି ।  ତାଙ୍କ ଘର ନିଶ୍ଚନ୍ତକୋଇଲି ବ୍ଲକ ଫତେପୁର ଗାଁ ରେ । ସେ  ୪ ଦିନ ତଳେ  କଲେଜରୁ ଫେରୁଥିବା ସମୟରେ ବଡ଼ପଡା ପୋଲ ଉପରୁ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିଲେ ।

ଆଜି ସକାଳୁ କୁଆଁରପାଳ ଗ୍ରାମର କିଛି ଲୋକ ନଦୀ କୂଳରେ ଯୁବତୀଙ୍କ ମୃତ ଦେହ ଭାସୁଥିବାର ଦେଖି ମାର୍ଶାଘାଇ ପୋଲିସକୁ ଖବର ଦେଇଥିଲେ ।  ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ମୃତକଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ପହଞ୍ଚି ଶବ ଚିହ୍ନଟ କରିବା ପରେ ପୋଲିସ ବ୍ୟବଛେଦ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

   Related Posts