ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଗୁରୁବାର ସନ୍ଧ୍ୟାରୁ ଥିଲେ ନିଖୋଜ
13/03/2020 at 3:37 PM

ଗଜପତି ୧୩।୩: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡେଙ୍ଗାସର୍ଗି ଗାଁରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ଛାତ୍ରୀ ଜଣଙ୍କ ହେଲେ ମସିକା ମଲ୍ଲିକ । ସେ ଗୁରୁବାର ସନ୍ଧ୍ୟା ଠାରୁ ନିଖୋଜ ଥିଲେ ।

ଶୁକ୍ରବାର ସକାଳେ ଗାଁ ନିକଟସ୍ଥ ଏକ ତେନ୍ତୁଳିଗଛରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିଥିଲେ ପରିବାର ଲୋକେ । ମୋହନା ପୋଲିସ ଖବର ପାଇ ମୃତଦେହକୁ ଜବତ କରିଛି । ଛାତ୍ରୀ ଜଣଙ୍କ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ତେବେ ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହାର ତଦନ୍ତ କରୁଛି ପୋଲିସ ।
Related Posts
ଅଘଟଣ : ଘର ଭାଙ୍ଗି ଶୋଇଥିବା ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
4 March 2021