ପାରାଦୀପ ସମୁଦ୍ରରେ ବୁଡି ୩ ଛାତ୍ର ନିଖୋଜ ଘଟଣା ; ନିଖୋଜ ଛାତ୍ର ଅଶୁଂମାନଙ୍କ ମୃତଦେହ ଉଦ୍ଧାର
3/10/2018 at 2:26 PM

ଜଗତସିଂହପୁର ୩|୧୦: ପାରାଦୀପ ସମୁଦ୍ରରେ ଗାଧୋଇବା ବେଳେ ନିଖୋଜ ଛାତ୍ର ଅଶୁଂମାନଙ୍କ ମୃତଦେହ ଆଜି ସକାଳୁ ହନୁମାନ ମନ୍ଦିର ନିକଟ ସମୁଦ୍ରକୂଳରୁ ଉଦ୍ଧାର କରାଯାଇଛି । ପାରାଦୀପ କେନ୍ଦ୍ରୀୟ ବିଦ୍ୟାଳୟର କିଛି ଛାତ୍ର ଗତକାଲି ବେଳାଭୂମିକୁ ଖେଳିବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ଛାତ୍ର ସମୁଦ୍ରରେ ଗାଧୋଇବାବେଳେ ବୁଡି ଯାଇଥିଲେ । ଗତକାଲି ଦୁଇଜଣଙ୍କୁ ଉଦ୍ଧାର କରାଯାଇଥିଲା । ଦୁଇ ଉଦ୍ଧାର ଛାତ୍ର ହେଲେ ସାଇ ଜ୍ୟୋତି ଓ ଶୁଭମ କୁଲୁ । ସେମାନେ ନବମ ଶ୍ରେଣୀରେ ପଢୁଥିଲେ । ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ, ସ୍ଥାନୀୟ ମତ୍ସ୍ୟଜୀବୀ, ଭାରତୀୟ ତଟରକ୍ଷୀ ବାହିନୀ ନିଖୋଜ ଅଂଶୁମାନକୁ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।
Related Posts
ଜୟପୁର ସବ୍ ଜେଲରେ ରେଡ୍, ଏସ୍ପି ଓ ଉପ ଜିଲ୍ଲାପାଳ ସାମିଲ
18 April 2021
ପୋଖରୀରେ ଭାସୁଛି ମୃତଦେହ, କାରଣ ଅସ୍ପଷ୍ଟ
18 April 2021
ଫେରୁଛି ତାତି, ସପ୍ତାହେ ଯାଏଁ ଛଟପଟ କରିବ
18 April 2021