ନବଜୋତ ସିଂ ସିଦ୍ଧୁ ନିଖୋଜ, ତାଙ୍କ ସଂପର୍କରେ ଜଣାଇଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର

Published By : Prameya-News7 Bureau | June 02, 2021 IST

ଅମୃତସର ୨।୬: ପଞ୍ଜାବ କଂଗ୍ରେସରେ ଚାଲିଥିବା କନ୍ଦଳ ସମୟରେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କ ନିଖୋଜର ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ସିଦ୍ଧୁଙ୍କ ଫଟୋ ସହ ନିଖୋଜଙ୍କ ସନ୍ଧାନ ବୋଲି ଲେଖାଯାଇଛି । ଏହାସହ ସନ୍ଧାନକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରାଯାଇଛି ।

କୁହାଯାଉଛି ଯେ, ଏହି ପୋଷ୍ଟରଗୁଡିକ ଜୋଡା ଫାଟକ ନିକଟରେ ଥିବା ରସୁଲପୁର କଲରରେ ସହିଦ ବାବା ଦୀପ ସିଂ ଜୀ ସେବା ସୋସାଇଟିର ସଭାପତି ଅନୀଲ ବଶିଷ୍ଟ ଏବଂ ତାଙ୍କ ସଦସ୍ୟମାନଙ୍କ ଦ୍ବାରା ଲଗାଯାଇଛି । ସୋସାଇଟି କହିଛି ଯେ, ନବଜୋତ ସିଂ ସିଦ୍ଧୁ ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଜିତିବା ପରେ ତାଙ୍କର ଦେଖା ନଥିଲା । ଯେଉଁଥି ପାଇଁ ଲୋକମାନେ ତାଙ୍କୁ ଖୋଜୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ହାଇକମାଣ୍ଡ ଦ୍ବାରା ଗଠିତ ୩ ସଦସ୍ୟ ବିଶିଷ୍ଟ କମିଟିର ଡକରାରେ ନବଜୋତ ସିଂ ସିଦ୍ଧୁ ଦିଲ୍ଲୀରେ ଅଛନ୍ତି । ହାଇ କମାଣ୍ଡଙ୍କୁ ଭେଟିବା ପରେ ସେ ଖୋଲାଖୋଲି ଭାବେ କହିଥିଲେ ଯେ, ମୋର ଷ୍ଟାଣ୍ଡ ଯାହା ଥିଲା, ତାହା ଅଛି ଏବଂ ତାହା ଜାରି ରହିବ । ସେ ହାଇକମାଣ୍ଡଙ୍କୁ ଉଚ୍ଚ ସ୍ବରରେ ପଞ୍ଜାବର ସତ୍ୟ ଏବଂ ହକ୍ ବିଷୟରେ କହିଛନ୍ତି । ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ନାଁ ନନେଇ ଦୋହରାଇଛନ୍ତି ଯେ ସତ୍ୟ ପ୍ରତାଡିତ ହୋଇଥାଏ କିନ୍ତୁ ପରାଜିତ ହୋଇନଥାଏ । ୩ ଜଣିଆ କମିଟି ଦଳର ପାର୍ଟି ସ୍ବାର୍ଥରେ ଯାହା ପଚାରିଛନ୍ତି ସେ ସମ୍ପର୍କରେ କମିଟିକୁ ସତର୍କ କରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.