ଗୌତମ ଗମ୍ଭୀର ନିଖୋଜ! ଶେଷଥର ଇନ୍ଦୋରରେ ଖାଇଥିଲେ ଜିଲାପି ଏବଂ ପୋହା

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ ୧୭/୧୧: ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଚର୍ଚ୍ଚା ପାଇଁ ନିକଟରେ ଦିଲ୍ଲୀରେ ଆୟୋଜିତ ସଂସଦୀୟ ସ୍ଥାୟୀ ସମିତିକୁ ଗୁରୁତ୍ବ ନ ଦେବା ବିଜେପି ନେତା ଏବଂ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମହଙ୍ଗା ପଡ଼ିଛି। ନଭେମ୍ବର ୧୫ତାରିଖରେ ଆୟୋଜିତ ବୈଠକରେ ସାମିଲ ନ ହେବା କାରଣରୁ ଗମ୍ଭୀରଙ୍କ ବିରୋଧରେ ଆପ୍ ନେତାମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି।

ଆଜି ସକାଳେ ଆଇଟିଓ ଅଞ୍ଚଳରେ କେତେକ ସ୍ଥାନରେ ଗମ୍ଭୀରଙ୍କ ନିଖୋଜ ହୋଇଯିବାର ପୋଷ୍ଟର ଲଗା ହୋଇଥିବାର ଦେଖିବାକୁ ମିଳିଥିଲା। ଆମ ଆଦମୀ ପାର୍ଟି ଦ୍ବାରା କରାଯାଇଥିବା ଏହି ନିଆରା ବିରୋଧ ପ୍ରଦର୍ଶନ ଲୋକଙ୍କ ଗହଣରେ ବେଶ୍ ଚର୍ଚ୍ଚା ହୋଇଥିଲା।

ଏହି ପୋଷ୍ଟର ଉପରେ ଗମ୍ଭୀରଙ୍କ ଫଟୋରେ ନିଖୋଜ ଲେଖାଯାଇଛି ଏବଂ ତଳେ ଲେଖାଯାଇଛି ଯେ ଆପଣ ୟାଙ୍କୁ ଦେଖିଛନ୍ତି କି? ଶେଷ ଥର ତାଙ୍କୁ ଇନ୍ଦୋରରେ ଜିଲାପି ଏବଂ ପୋହା ଖାଉଥିବାର ଦେଖାଯାଇଥିଲା।

ନଭେମ୍ବର ୧୫ତାରିଖରେ ବୈଠକରେ ଗୌତମ ଗମ୍ଭରା ସାମିଲ ହୋଇନଥିଲେ। ଏହା ପରେ ସୋଶିଆଲ ମିଡିଆରେ ତାଙ୍କର ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଥିଲା। ଏଥିରେ ଗମ୍ଭୀର ତାଙ୍କର କେତେକ ବନ୍ଧୁଙ୍କ ସହ ଇନ୍ଦୋରର ରାସ୍ତାରେ ଖୁସିରେ ଜିଲାପି ଖାଉଥିବାର ନଜର ଆସିଥିଲେ।

wp:core-embed/twitter {"url":"https://twitter.com/ANI/status/1195904533722873856?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1195904533722873856\u0026ref_url=https%3A%2F%2Fwww.amarujala.com%2Fdelhi-ncr%2Fmissing-posters-of-bjp-mp-gautam-gambhir-seen-in-ito-area-of-delhi","type":"rich","providerNameSlug":"twitter","className":""}
https://twitter.com/ANI/status/1195904533722873856?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1195904533722873856&ref_url=https%3A%2F%2Fwww.amarujala.com%2Fdelhi-ncr%2Fmissing-posters-of-bjp-mp-gautam-gambhir-seen-in-ito-area-of-delhi
/wp:core-embed/twitter

ଏହା ପରେ ଶନିବାର ସନ୍ଧ୍ୟାରେ ଆପ୍ ନେତାମାନେ ଥାଳିରେ ଜିଲାପି ନେଇ ଦିଲ୍ଲୀ ରାସ୍ତାରେ ଓହ୍ଲାଇଥିଲେ ଏବଂ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ଦିଲ୍ଲୀରେ ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଛାଡ଼ି ସାଂସଦ ଗୌତମ ଗମ୍ଭୀର କ୍ରିକେଟ ମ୍ୟାଚର କମେଣ୍ଟ୍ରି କରିଥିଲେ ଏବଂ ଜିଲାପି ଖାଉଥିଲେ। ଏଥିପାଇଁ ଭାରତୀୟ ଜନତା ପାର୍ଟିକୁ କୌଣସି ଫରକ ପଡ଼ୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.