ଅପହୃତ ବ୍ୟବସାୟୀ ଉଦ୍ଧାର, ଅପହରଣକାରୀଙ୍କୁ ଟେର୍ ପାଉନି ପୋଲିସ

Published By : Prameya-News7 Bureau | July 11, 2020 IST

ସମ୍ବଲପୁର ୧୧।୦୭: ସମ୍ବଲପୁରରୁ ଅପହୃତ ବ୍ୟବସାୟୀ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅପହୃତ ବ୍ୟବସାୟୀ ନରେଶ ଅଗ୍ରୱାଲଙ୍କୁ ପୁଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି ସମ୍ବଲପୁର ପୋଲିସ। ତେବେ ଅପହରଣକାରୀଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ।  ଅପରାଧିକୁ ଧରିବା ପାଇଁ ସଦର ଏସ୍ ଡିପିଓ ତପନ ମହାନ୍ତିଙ୍କ ନେତୃତ୍ୱରେ ୩ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ଏହି ଟିମ୍  ।

{"id":298862,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତକାଲି ସମ୍ବଲପୁର-ଝାରସୁଗୁଡ଼ା ବାଇପାସରୁ ନରେଶ କୁମାରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଡ୍ରାଇଭର୍ ସହ ନିଜ କାରରେ ଯାଉଥିବା ସେ ବେଳେ ଶାସନ ଛକରେ କୌଣସି କାମରେ ଅଟକିଥିଲେ । ପରେ କିଛି କାମ ପାଇଁ ନିଜ ଡ୍ରାଇଭରକୁ ନିକଟସ୍ଥ ଅଞ୍ଚଳକୁ ପଠାଇଥିଲେ । ଏହି ସମୟରେ କିଛି ଦୁର୍ବୃର୍ତ୍ତ ଆସି ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରି ନେଇଥିଲେ । ଏ ନେଇ ଶାସନ ଥାନାରେ ଏତଲା ପରେ ସମ୍ବଲପୁର ସଦର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ନରେଶଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.