ଗଜପତିରେ ବନ୍ୟା ଫଳରେ ନିଖୋଜ ଥିବା ୨ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର
17/10/2018 at 10:10 AM

ଗଜପତି ୧୭|୧୦: ‘ତିତଲି’ ପରବର୍ତ୍ତୀ ବନ୍ୟାରେ ଗଜପତି ରାମଗିରି ଥାନା ଅନଗାଁ ପଞ୍ଚାୟତ ବଡିହର ଗାଁର ନିଖୋଜ ୨ ଜଣଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଛି । ରାମଗିରି ଥାନା ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁନି ବେହେରାଙ୍କ ମୃତଦେହ ଉଦ୍ଧାର କରିଛି । ୨ ଦିନ ଧରି ବହୁ ଖୋଜାଖୋଜି ପରେ ନିକଟସ୍ଥ ପାହାଡରୁ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ଶୁକ୍ରୁ ଦଳାଇଙ୍କ ଏପର୍ଯ୍ୟନ୍ତ ପତ୍ତା ମିଳିନାହିଁ । ତାଙ୍କୁ ଖୋଜିବାକୁ ଉଦ୍ୟମ ଜାରି ରଖିଛି ପୋଲିସ । ୧୦ ତାରିଖ ରାତିରୁ ଏମାନେ ନିଖୋଜ ଥିଲେ ।
Related Posts
୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
23 April 2021