୧୬ ବର୍ଷ ପରେ ଘରକୁ ଫେରିଲେ ହଜିଯାଇଥିବା ବୃଦ୍ଧା : ହେଲା ମା’ ପୁଅର ମହା ମିଳନ, ଜାଣନ୍ତୁ ପୂରା ଘଟଣା

Published By : Prameya-News7 Bureau | October 31, 2019 IST

ଜୟପୁର ୩୧|୧୦: ମାନସିକ ସନ୍ତୁଳନ ହରାଇ  ନିଖୋଜ ହେବାର ଦୀର୍ଘ ୧୬ ବର୍ଷ ପରେ ପରସ୍ପରକୁ ଭେଟିଵାର ସୁଯୋଗ ପାଇଲେ ମାଆ ପୁଅ।ଆନନ୍ଦରେ ଉଭୟଙ୍କ ଆଖିରୁ ଝରି ଆସୁଥିଲା ଲୁହ।ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁରସ୍ଥିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ କେନ୍ଦ୍ରରେ।ବିହାର ସିରିପୁର ଅଂଚଳର ୮୦ ବର୍ଷୀୟ ବୃଦ୍ଧା ଫତିମା ଖାତୁନ୍ ସ୍ବାମୀଙ୍କ ମୃତ୍ୟୁ ପରେ  ମାନସିକ ସନ୍ତୁଳନ ହରାଇ ନିଖୋଜ ହୋଇ ଯାଇଥିଲେ।ତେବେ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ପରେ ତାଙ୍କର କୋରାପୁଟରେ ୧୦ ବର୍ଷ ହେଲା ଚିକିତ୍ସା ଚାଲିଥିଲା।ଆଉ ଏବେ  ସୁସ୍ଥ ହେବା ପରେ      ଫତିମାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

{"id":177324}

ନିଖୋଜର ୧୬ ବର୍ଷ ମାଆ ପୁଅର ହେଲା ମହା ମିଳନ।ଆଉ ଏହି ମହା ମିଳନ ପରେ ପୁଅ ଆଖିରେ ଖୁସୀର ଲୁହ।ଯେଉଁ ମାଆକୁ ପାଇବା  ଆଶା ଛାଡ଼ି ଦେଇଥିଲା ତାକୁ ଦୀର୍ଘ ୧୬ ବର୍ଷ ପରେ ପାଇଛି।  ବିହାରରୁ ନଖୋଜ ପରେ ଓଡିଶାର କୋରାପୁଟରୁ ପାଇଛି ମାଆକୁ।ଆଉ ଉଦ୍ଧାର ପରେ  ଘରକୁ ଫେରିଛନ୍ତି ବିହାର ସିରିପୁର ଅଂଚଳରୁ ୮୦ ବର୍ଷୀୟ ବୃଦ୍ଧା ଫାତିମା ଖାତୁନ୍ ଓ ତାଙ୍କ ପୁଅ ।

ନିଖୋଜର ୧୬ ବର୍ଷ ପରେ ଏହା ହେଉଛି ମାଆ ପୁଅଙ୍କ ପରସ୍ପରରୁ ଭେଟିବାର ଦୃଶ୍ୟ।ସ୍ଥାନ ହେଉଛି ଜୟପୁରସ୍ଥିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ କେନ୍ଦ୍ର।୧୬ ବର୍ଷ ତଳେ ଭୁବନେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର ହୋଇଥିଲେ ଫାତିମା। ସ୍ଥାନୀୟ ଏକ ସ୍ବେଚ୍ଛାସେବୀ କେନ୍ଦ୍ରରେ ୫ ବର୍ଷ ରହିବା ପରେ ଚିକିତ୍ସା ପାଇଁ ତାଙ୍କୁ କୋରାପୁଟର ଏକ ସ୍ବେଚ୍ଛାସେବୀ କେନ୍ଦ୍ରକୁ ପଠାଯାଇଥିଲା।ଆଉ ଏଠାରେ ୧୦ ବର୍ଷ ରହି ଫତିମା ଚିକିତ୍ସିତ ହେଉଥିଲେ।

{"id":177325}

ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ମାଆ ପୁଅ ପରସ୍ପରକୁ ଦୀର୍ଘ ୧୬ ବର୍ଷ ପରେ ଭେଟିବା ପରେ ଉଭୟଙ୍କ ଆଖିରୁ ଝରି ଆସିଥିଲା ଖୁସିର ଲୁହ।ଏପରିକି ଫତିମାଙ୍କ ପୁଅ ପୂର୍ବ କଥା ମନେ ପକାଇ ନିଜ କୋହ ସମ୍ଭାଳି ପାରିନଥିଲେ।ଆଉ ଭୋ ଭୋ ହୋଇ କାନ୍ଦିଥିଲେ।କାରଣ ସେ ଧରିନେଈଥିଲେ ଯେ ତାଙ୍କ ମାଆ ଆଉ ଏ ଦୁନିଆରେ ନାହିଁ।

ଫତିମାଙ୍କ ଘର ବିହାର ଜୟନଗର ଥାନା ଅନ୍ତର୍ଗତ ସିରିପୁର ଅଂଚଳରେ। ସ୍ବାମୀ ଓ ୪ ପୁଅ ଝିଅଙ୍କୁ ନେଇ ଚାଲିଥିଲା ତାଙ୍କର ସୁଖର ସଂସାର।ହେଲେ ସଂପର୍କୀୟଙ୍କ ସହ ଚାଷ ଜମିକୁ ନେଇ ବିବାଦ ଦେଖା ଦେଇଥିଲା।ଆଉ ଏହି ବିବାଦ  ଚାଲିଥିବା ସମୟରେ ସ୍ବାମୀ ସୁଲତାନ ନାଡାଫ୍ ଙ୍କ  ମୃତ୍ୟୁ ହୋଇଥିଲା।  ସ୍ବାମୀଙ୍କ ମୃତ୍ୟୁକୁ ନେଇ ମାନସିକ ସନ୍ତୁଳନ ହରାଇ  ହଠାତ୍ ଘରୁ ନିଖୋଜ ହୋଈଯାଇଥିଲେ ଫତିମା।

{"id":177326}

ହେଲେ ବହୁ ଖୋଜାଖୋଜି ପରେ ବି ଫତିମାଙ୍କ ସନ୍ଧାନ ପାଇନଥିଲେ ପରିବାର ଲୋକ ।ତେଣୁ ଫତିମାଙ୍କୁ ଫେରି ପାଇବା ଆଶା ଛାଡି ଦେଈଥିଲେ ।ଆଉ ଏହାରି ମଧ୍ୟରେ କୋରାପୁଟରେ ରହି ଚିକିତ୍ସା ହୋଇ ସୁସ୍ଥ ହୋଇଯାଇଥିଲେ ବି ପରିବାର ଲୋକଙ୍କ ପରିଚୟ ମିଳି ପାରୁନଥିଲା।ତେବେ ଜିଲ୍ଲା ଆଈନ ସେବା ପ୍ରାଧିକରଣର ଏକ ଟିମ ଫତିମାଙ୍କୁ  ଭେଟିବା ପରେ  ତାଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ନେଇ ପରିବାରଙ୍କୁ ଖୋଜି ବାହାର କରିଥିଲେ।ଆଉ ଆଇନ ଅନୁସାରେ ସମସ୍ତ ପ୍ରକ୍ରିୟା ଶେଷ ପରେ ତାଙ୍କୁ ତାଙ୍କ ପୁଅଙ୍କୁ ହସ୍ତାନ୍ତର କରାଯାଇଛି।

ଜୀବନର ଶେଷ ସମୟରେ ସୁସ୍ଥ ହୋଇ ଘରକୁ ଫେରିଲେ ଫତିମା।ଆଉ ୧୬ ବର୍ଷ ପରେ ନାତି ନାତୁଣୀଙ୍କ ସହ ପରିବାର ଲୋକଙ୍କ ସହ ହେଲା ମହା ମିଳନ।ତେଣୁ ଫତିମା ଆଉ ପୂର୍ବ କଥା ମନେ ନପକାଇ ପରିବାର ସହ ହସ ଖୁସିରେ ଜୀବନ କାଟନ୍ତୁ , ଏତିକି କାମନା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.