Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

୨୦ରେ ନିଖୋଜ : ୭୫ରେ ଘରକୁ ଆସିଲେ

18/12/2019 at 4:58 PM

ଝାରସୁଗୁଡ଼ା ୧୮/୧୨: କିଏ ଜାଣିଥିଲା ନିଖୋଜ ହେବାର ୫୫ବର୍ଷ ପରେ ପୁଣି ମିଳିବେ ଚାରୁ ବେସନ | ଚାରୁ ବେସନ ବ୍ରଜରାଜନଗର ସହର ତଳି ଲମଟିବାହଲ ଗୁଆଲାପଡାରେ ରହୁଥିବା ବେଳେ ମୁଣ୍ଡ ଖରାପ ହୋଇଯିବା  କାରଣରୁ ପ୍ରାୟ ୫୫ବର୍ଷ ତଳେ ଘର ଛାଡି ଚାଲି ଯାଇଥିଲେ | ସେତେବେଳେ ତାଙ୍କ ବୟସ ଥିଲା ମାତ୍ର ୨୦ବର୍ଷ | ସେ ଘର ଛାଡିବା ସମୟରେ ତାଙ୍କର ବାପା ମାଙ୍କ ସହ ଥିଲେ ଗୋଟିଏ ଭାଇ ଓ ଗୋଟିଏ ଭଉଣି |

 କିଛିଦିନ ବିତିଯିବା ପରେ ଚାରୁଙ୍କୁ ମୃତ ଘୋଷଣା କରିଥିଲେ ପରିବାର ଲୋକେ |ଏଥିପାଇଁ ବ୍ରଜରାଜନଗର ପୌର ପରିଷଦରେ ଡେଥ୍ ସାର୍ଟିଫିକେଟ ପାଇଁ ଆବେଦନ କରି ମୃତ୍ୟୁ ପ୍ରମାଣପତ୍ର ହାସଲ କରିଥିଲେ ପରିବାର ଲୋକେ | ପରିବାର ଲୋକଙ୍କ ମନରୁ ଲିଭିଯାଇଥିଲେ ଚାରୁ | ହଠାତ ଦୁଇ ଦିନ ତଳେ ପରିବାର ଲୋକେ ଜିଲ୍ଲା ପୋଲିସର ଖୋଳତାଡ ସମୟରେ ଚାରୁ ବଞ୍ଚିଥିବା ଜାଣି ପାରିଥିଲେ |ଏହି ଖବର ପାଇ ପରିବାର ଲୋକଙ୍କ ମଧ୍ୟରେ ନାହିଁ ନଥିବା ଖୁସୀ |

ଖବର ଅନୁସାରେ ପଶ୍ଚିମବଙ୍ଗର ବିଭିନ୍ନ ରେଳ ଷ୍ଟେସନ ପାଲଟିଥିଲା ଚାରଙ୍କର ବାସସ୍ଥାନ |ଷ୍ଟେସନରେ ଟ୍ରେନ୍ ଅଟକିଲେ ଚାରୁ ନିଜ ସଂପର୍କୀୟଙ୍କୁ ଖୋଜୁଥିଲା |କିନ୍ତୁ ସଂପର୍କୀୟ ଓ ପରିବାରକୁ ଖୋଜୁ ଖୋଜୁ ଏହାରି ଭିତରେ ଯୁବକରୁ ହୋଇଯାଇଛନ୍ତି ବୃଦ୍ଧ |୪ ମାସ ତଳେ ସେ ପଶ୍ଚିମବଙ୍ଗର ସୋଦପୁର ରେଳଷ୍ଟେସନରେ ଥିବାବେଳେ ତାଙ୍କୁ ଠାବ କରାଯାଇଥିଲା | ପଶ୍ଚିମ ବଙ୍ଗର ରେଡିଓ କ୍ଲବ କର୍ମକର୍ତ୍ତାମାନେ ରେଳଷ୍ଟେସନରେ ଆଶ୍ରୟ ନେଉଥିବା ଅଲୋଡା ମଣିଷଙ୍କୁ ମଶାରୀ ଓ ରେଡିଓ ବଣ୍ଟନ କରୁଥିବାବେଳେ ଚାରୁ ବେସନ ଏକ ବେଞ୍ଚରେ ବସିଥିଲେ |ତାଙ୍କୁ ପରିଚୟ ପଚରାଯିବା ପରେ ସେ ଓଡିଶାର ଓ ଏକ ପେପରମିଲ ନିକଟରେ ଥିବା ରେଳବାଇ ଷ୍ଟେସନ ନିକଟରେ ତାଙ୍କ ଘର ଥିଲା ବୋଲି କହିଥିଲେ |ଏହା ଶୁଣିବା ପରେ କ୍ଲବର କର୍ମକର୍ତ୍ତା, ଜଣେ ରେଡିଓ କଳାକାର ଦୁଷ୍ମନ୍ତ ଦାସଙ୍କୁ ଯୋଗାଯୋଗ କରି ବୃଦ୍ଧଙ୍କ ଘର ଠିକଣା ଠାବ କରିବାକୁ କହିବା ପରେ ତାଙ୍କରି ଉଦ୍ୟମରେ ପ୍ରାୟ ୪ମାସ ପରେ ଚାରୁ ବ୍ରଜରାଜନଗର ବାସିନ୍ଦା ବୋଲି ଜଣା ପଡିଥିଲା |

ଏ ଖବର ଜଣାପଡିବା ପରେ ଡବ୍ଲୁ ବି ଆର ସି ର ସଦସ୍ୟ ଝାରସୁଗୁଡା ଏସପିଙ୍କୁ ସୂଚନା ଦିଆଯାଇଥିଲା |ଏସପି ଚାରୁଙ୍କ ଘର ଠାବ କରାଇବା ପରେ ଗତକାଲି ତାଙ୍କ ଭାଇ ପଶ୍ଚିମବଙ୍ଗ ଗସ୍ତ କରିଥିଲେ ନିଜ ବଡଭାଇଙ୍କୁ ୫୫ବର୍ଷ ପରେ ଘରକୁ ଆଣିବାକୁ |ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ପାଇଁ ସ୍ଥାନୀୟ ଲୋକେ ଓ ପରିବାରର ସଦସ୍ୟ ଉତ୍ସାହିତ ହୋଇ ପଡିଛନ୍ତି |

   Related Posts