Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ନିଖୋଜର ୩ଦିନପରେ ଗାଁ ନିକଟ ଖଳାରୁ ମିଳିଲା ନାବାଳିକାଙ୍କ ମୃତଦେହ , ହତ୍ୟା ସନ୍ଦେହ

24/12/2019 at 11:33 AM

ରାୟଗଡା ୨୪/୧୨: ୩ଦିନ ହେବ ନିଖୋଜ ଥିବା ନାବାଳିକାଙ୍କ ମୃତଦେହ ମୁନିଗୁଡ଼ାଠୁ ପ୍ରାୟ ୬୦କିଲୋମିଟର ଦୂର ଏକ ଖଳାରୁ ମିଳିଛି। ତେବେ ଆଜି ତାଙ୍କ ନିଖୋଜକୁ ନେଇ ଉତ୍ତେଜନା ହୋଇଥିଲା। ଗତ ଶନିବାରଠୁ ନିଖୋଜ ଥିବା ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କୈଣସି ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା ।

ଏଥିରେ ଆଜି ପରିବାର, ସମ୍ପର୍କୀୟ ଓ ଅଞ୍ଚଳବାସୀମାନେ ଚନ୍ଦ୍ରପୁର ଥାନା ଘେରାଉ କରିଥିଲେ । ଏହା ସହ ନିକଟସ୍ଥ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ରାସ୍ତା ରୋକ କରିଥିଲେ । ଫଳରେ ଚନ୍ଦ୍ରପୁର ଓ ମୁନିଗୁଡା ମୁଖ୍ୟରେ ସମସ୍ତ ଗାଡି ଚଳାଚଳ ବନ୍ଦ ଥିଲା। କିନ୍ତୁ ଏବେ ନାବାଳିକାଙ୍କ ମୃତଦେହ ମିଳିଥିବାର ସୂଚନା ମିଳିଛି।

ସୂଚନା ଅନୁସାରେ ମୃତ ନାବାଳିକା ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ। ଗତ ଶନିବାର ସେ ଯୁବକଙ୍କ ସହ ବାଇକରେ ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। ପରିବାର ଲୋକେ ଯୁବକଙ୍କ ଘରକୁ ଝିଅକୁ ଖୋଜିବାକୁ ଯାଇଥିବାବେଳେ ଉକ୍ତ ଯୁବକଙ୍କ ଘରେ ତାଲା ପଡ଼ିଥିଲା। ଫଳରେ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ବର୍ତ୍ତମାନ ଉକ୍ତ ନାବାଳିକାଙ୍କ ମୃତଦେହ ମିଳିବାପରେ ତାଙ୍କୁ ପୋଷ୍ଟମର୍ଟମ ପାଇଁ ନିଆଯିବ। ଏହା ପରେ ପୋଲିସ୍ ତଦନ୍ତ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

   Related Posts