୩ ଦିନ ପରେ ନିଖେ।ଜ ନାବାଳିକାର ମୃତଦେହ ଉଦ୍ଧାର
23/12/2018 at 10:26 AM

ନୟାଗଡ ୨୩|୧୨: ୩ ଦିନ ନିଖେ।ଜ ପରେ ନାବାଳିକାର ମୃତଦେହ ଉଦ୍ଧାର । ନୟାଗଡ ଫତେଗଡ ଥାନା ନିମାଣି ଗଁ।ର ଘଟଣା । ମୃତ ନାବାଳିକା ପାପାଲିର ମୃତଦେହ ଗଁ। ପୋଖରୀରୁ ଉଦ୍ଧାର କରାଯାଇଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ଶେ।କର ଛାୟା ଖେଳିଯାଇଛି ।

ସୂଚନା ଅନୁସାରେ ପାପାଲି ଗତ ଗୁରୁବାର ଠାରୁ ବଡ ମାଆଙ୍କ ସହ ପେ।ଖରୀକୁ ଯାଇଥିଲେ । ବଡ ମାଆ ବାସନ ସଫା କରୁଥିବାବେଳେ ପାପାଲି ହଠାତ୍ ନିଖେ।ଜ ହେ।ଇଯାଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଏବଂ ଦମକଳ କର୍ମଚାରୀ ଦୁଇଦିନ ହେଲା ପୋଖରୀ ଭିତରେ ପଶି ଖୋଜିଥିଲେ । ପୋଖରୀରେ ପାପାଲିର ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଘଟଣା ପରେ ପେ।ଲିସ ଏନେଇ ଅଧିକ ତଦନ୍ତ କରୁଛି ।