ନିଖୋଜ ଥିବା ଅର୍ଦ୍ଧଦଗ୍ଧ ନାବାଳକଙ୍କ ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Published By : Prameya-News7 Bureau | January 20, 2020 IST

କେନ୍ଦୁଝର ୨୦/୧: ତେଲକୋଇ ଥାନା ଅନ୍ତର୍ଗତ ବାଲିଯୋଡି ଗାଁରେ ଅଭାବନୀୟ ଘଟଣା ।୧୧ଦିନ ହେବ ନିଖୋଜ ଥିବା ନାବାଳକଙ୍କ ଅର୍ଦ୍ଧଦଗ୍ଧ ଗଳିତ ଶବ ଗାଁର ବିଦ୍ୟୁତ ଟ୍ରାନସଫରମର ପାଖରୁ ଉଦ୍ଧାର ହୋଇଛି ।ମୃତକ ହେଲେ ବାଲିଯୋଡି ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ ।ବୟସ ୧୫ବର୍ଷ ।

{"id":213754,"sizeSlug":"large"}

ସୂଚନା ମୁତାବକ ଗତ ୧୧ ତାରିଖରେ ପୂର୍ଣ୍ଣଚନ୍ଦ୍ର ଓ ଗାଁର ଅନ୍ୟ ଚାରିଜଣ ଯୁବକଙ୍କ ସହିତ ମଦ ପିଇବାକୁ ଯାଇଥିଲେ ।ମଦ ପିଇବା ପରେ ଯୁବକମାନେ ତାଙ୍କୁ ଘରେ ଛାଡି ଥିଲେ ।ତାପରେ ପୂର୍ଣ୍ଣଚନ୍ଦ୍ର ଟିଭି ଦେଖିବାକୁ କହି ଘରୁ ବାହାରି ଯାଇଥିଲେ ।ଆଉ ଫେରିନଥିଲେ ।ବହୁ ଖୋଜିବା ପରେ ନପାଇବାରୁ ୧୫ ତାରିଖରେ ତେଲକୋଇ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା ।ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି ।ଘଟଣାରେ ଶବକୁ ଜବତ କରି ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

{"id":213755,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.