ଜଟାଧାରୀ ମୁହାଣ ନିକଟରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ, ଶନିବାର ସନ୍ଧ୍ୟାରେ ବୁଡିଯାଇଥିଲେ
29/12/2020 at 10:54 AM

ପାରାଦୀପ ୨୯।୧୨: ପାରାଦୀପ ଜଟାଧାରୀ ମୁହାଣ ନିକଟରୁ ମିଳିଲା ନିଖୋଜ ନାବାଳକଙ୍କ ମୃତଦେହ । ମୃତ ନାବାଳକ ହେଉଛନ୍ତି ସିଦ୍ଧାର୍ଥ ପ୍ରଧାନ । ତାଙ୍କ ଘର ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗାଁରେ ।
ସୂଚନାଯୋଗ୍ୟ ଯେ, ଗତ ଶନିବାର ସଂଧ୍ୟାରେ ସମୁଦ୍ରରେ ନାବାଳକ ବୁଡି ଯାଇଥିଲେ । ନାବାଳକ ଜଣଙ୍କ ହେଉଛନ୍ତି ଅଭୟଚାନ୍ଦପୁର ଥାନା ତ୍ରିଲୋଚନପୁର ଗାଁର ସିଦ୍ଧାର୍ଥ ପ୍ରଧାନ । ତାଙ୍କ ବୟସ ୧୪ ବର୍ଷ । ପରିବାର ସହିତ ସମୁଦ୍ର କୂଳକୁ ବୁଲିବାକୁ ଆସିଥିବା ବେଳେ ପାରାଦୀପ ବୋସ୍ କାଲିସ୍ ପଏଣ୍ଟ ସମୁଦ୍ର କୂଳରେ ଗୋଧୋଇବା ସମୟରେ ନାବାଳକ ଜଣଙ୍କ ବୁଡି ଯାଇଥିଲେ । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ତେବେ ମଙ୍ଗଳବାର ଦିନ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ମିଳିବା ପରେ ତ୍ରିଲୋଚନପୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।