କେନାଲକୁ ଡେଇଁ ନିଖୋଜ ଥିବା ଯୁବକର ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର
1/11/2018 at 6:05 PM

କଟକ ୧/୧୧: ଜଗତପୁର ଥାନା ଅଂଚଳ ଗୋପୀନାଥପୁରଠାରେ ପଟାମୁଣ୍ଡାଇ କେନାଲକୁ ଡେଇଁ ଯୁବକ ନିଖୋଜ ଘଟଣାର ୨୪ଘଣ୍ଟା ପରେ ନିଖୋଜ ଯୁବକର ଶବ କଟକଜିଲ୍ଲା ମାହାଙ୍ଗା ତ୍ରିବେଣୀସ୍ୱରଠାରେ ପଟାମୁଣ୍ଡାଇ କେନାଲରୁ ପ୍ୟାଣ୍ଟ ସାର୍ଟ ଦେହରେ ଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଂଚି ଉଦ୍ଧାର ଶବକୁ ଜବତ କରିଛି। ଉଦ୍ଧାର ଶବ ହେଲା କଟକଜିଲ୍ଲା ସାଲେପୁର ରାମକୃଷ୍ଣପୁର ପଂଚାୟତ ବାଲିସମେଲା ଗାଁର ଶିଶିର ଦାସଙ୍କ ପୁଅ ସନଜିତ ଦାସର ବୋଲି ଜଣାପଡିଛି। ମୃତ୍ୟୁର କାରଣ ଜଣାପଡିନଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ।