ପୁରୀ ମୁଖ୍ୟ କେନାଲକୁ କାର୍ ଖସି ନିଖୋଜ ଥିବା ଜଣଙ୍କ ମୃତଦେହ ଉଦ୍ଧାର, ଆଉ ଜଣେ ଏବେବି ନିଖୋଜ

Published By : Prameya-News7 Bureau | November 05, 2021 IST

ବାଲିପାଟଣା ୫୧୧: ବାଲିଅନ୍ତା ଅଟଳା ସ୍ଥିତ ପୁରୀ ମୁଖ୍ୟ କେନାଲକୁ କାର୍ ଖସିବା ଘଟଣାରେ ନିଖୋଜ ଥିବା ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହଟି ବାଲିଅନ୍ତା ଅଗ୍ନିଶମ କେନ୍ଦ୍ର ସାମ୍ନା ପୁରୀ ମୁଖ୍ୟ କେନାଲରେ ଲାଗିଥିଲା । ପରେ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହଟି କାର୍ ଡ୍ରାଇଭର ସନ୍ଦୀପ କୁମାରଙ୍କର ବୋଲି ତାଙ୍କ ସହଯୋଗୀ କର୍ମଚାରୀ ଚିହ୍ନଟ କରିଛନ୍ତି । ଘଟଣାସ୍ଥଳରେ ବାଲିଅନ୍ତା ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ୟ ଜଣେ ନିଖୋଜ ଯୁବକଙ୍କ ପତ୍ତା ମିଳିପାରିନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ବାଲିଅନ୍ତା ଅଟଳା ସ୍ଥିତ ପୁରୀ ମୁଖ୍ୟ କେନାଲକୁ ଏକ କାର୍ ଖସି ପଡିଥିଲା । କାର୍ ଭିତରେ ଚାଳକ ସନ୍ଦୀପ କୁମାର ଏବଂ ସହଯୋଗୀ ମହେନ୍ଦ୍ର କୁମାର ଥିଲେ । ଦୀର୍ଘ ୨ ଘଣ୍ଟା ପରେ ଅଗ୍ନିଶମ ସହାୟତାରେ କ୍ରେନ ଯୋଗେ ଦୁର୍ଘଟଣା ଗ୍ରସ୍ତ କାରକୁ କେନାଲରୁ ଉଦ୍ଧାର କରିଥିଲା ପୋଲିସ । ତେବେ ଦୁର୍ଘଟଣାଗ୍ରସ୍ତ କାର୍ ମଧ୍ୟରେ କୌଣସି ବ୍ୟକ୍ତି ନଥିଲେ । ଦୁର୍ଘଟଣା ପୂର୍ବରୁ କାର୍ ମଧ୍ୟରେ ଚାଳକ ସମେତ ୨ ଜଣ ଥିବା ତାଙ୍କ ସହଯୋଗୀ ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.