ନିଖୋଜ ଅରକ୍ଷିତଙ୍କ ମୃତଦେହ ନଦୀରୁ ଉଦ୍ଧାର
3/04/2021 at 4:36 PM

ମହାକାଳପଡା ୩।୪: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ରାଜଗଡ ପଂଚାୟତର ନିୟାମତପୁର ଗ୍ରାମର ୬୭ ବର୍ଷ ଅରକ୍ଷିତ ଦାସ ଗତ ୧୪ ତାରିଖ ଦିନଠାରୁ ନିଖୋଜ ଥିଲେ । ଶନିବାର ବାଙ୍କିଛନ୍ଦା ଗୋବରି ନଦୀ କୂଳରୁ ତାଙ୍କ ମୃତଦେହ ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ନଦୀରୁ ଶବକୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛି ।
ଏନେଇ ଅରକ୍ଷିତ ଦାସଙ୍କ ସାନ ଭାଇ ବାଙ୍କ ବିହାରୀ ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଭାଇ ଶୌଚ ହେବାକୁ ଯାଇ ନଦୀରେ ପଡିଯିବାରୁ ପାଣିରେ ବୁଡି ମୃତ୍ୟୁ ହୋଇଛି । ପୋଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମେଡିକାଲକୁ ପଠାଇଛି । ଅରକ୍ଷିତଙ୍କ ମୃତ୍ୟୁର କାରଣ କଣ ହୋଇପାରେ ବୋଲି ପୋଲିସ ତଦନ୍ତ ଆରମ୍ଭ କରିଛି ।