ଦୁଇ ଦିନ ତଳୁ ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Published By : Prameya-News7 Bureau | May 11, 2019 IST

ତରଭା ୧୧|୫:  ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମର ବେହେରାମାଲ ରାସ୍ତାରେ ଆଜି ସକାଳୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି l ମୃତକ ହେଲେ ଅଇଁଲାପାଳି ଗାଁର ସୁନା ମନାହୀର । ଗତ ୯ତାରିଖ ଦିନ ନିଜ ପୁତୁରାର ବିବାହ ପାଇଁ ବନ୍ଧପଡ଼ା ବଜାରକୁ ସଉଦା କରିବା ପାଇଁ ଯାଇ ଆଉ ଫେରିନଥିଲେ ସୁନା l ବହୁ ଖୋଜାଖୋଜି କରିବା ପରେ ଆଜି ତାଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ପରିବାର ଲୋକେ ତରଭା ଥାନାରେ ସୁନାଙ୍କୁ ତାଙ୍କ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି l ଘଟଣା ସ୍ଥଳରେ ତରଭା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.