Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଘରେ ସୁଇସାଇଡ୍ ନୋଟ୍ ଲେଖି ନିଖୋଜ ହୋଇଯାଇଥିବା ମହିଳା ଆଇନଜୀବୀ ୨ ମାସ ପରେ ଫେରିଲେ ଘରକୁ… ଜାଣନ୍ତୁ ପୂରା ଘଟଣା

11/08/2019 at 6:40 PM

ଜୟପୁର ୧୧|୮: ଜୟପୁରର ବହୁ ଚର୍ଚ୍ଚିତ ନିଖୋଜ ଆଇନଜୀବୀ ଆରତୀ ମିଶ୍ର ଘଟଣାରେ ଆସିଛି ଟ୍ଵିଷ୍ଟ। ଆରତୀଙ୍କ ନିଖୋଜକୁ ନେଇ ଜୟପୁର ଟାଉନ ଥାନାରେ ମାମଲା ଦାୟର ହୋଇଥିଲା ବେଳେ ପୋଲିସ ଓ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ବି ନିରାଶ ହୋଇଥିଲେ।ଘର ଛାଡିବା ସମୟରେ ଆରତୀ ସୁଇସାଇଡ ନୋଟ ଛାଡି ଚାଲି ଯାଇଥିବାରୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପରିଵାର ଲୋକ ଆଶଙ୍କା କରୁଥିବା ବେଳେ ନିଖୋଜର ମାସେ ପରେ ଆରତୀ ଆଜି ହଠାତ୍ ଘରକୁ ଫେରିଛନ୍ତି।

ଆରତୀଙ୍କ ଘର ବାହୁଡାକୁ ନେଇ ପରିବାର ଲୋକ ଖୁସି ଵ୍ୟକ୍ତ କରିଥିବା ବେଳେ କାଳିଆର ନିର୍ଦ୍ଦେଶରେ ସେ ଆତ୍ମହତ୍ୟା ନକରି ଘରକୁ ଫେରିଲେ ବୋଲି କହିଛନ୍ତି ନିଜେ ଆରତୀ। ନିଖୋଜର ମାସେ ପରେ ହଠାତ୍ ଘରକୁ ଫେରିଛନ୍ତି ଜୟପୁରର ଆଇନଜୀବୀ ଆରତୀ ମିଶ୍ର।ଆଉ ଘରକୁ ଫେରିବା ପରେ ଈଏ ହେଉଛି ପରିଵାରର ଦୃଶ୍ୟ।ମାସେ ପରେ ମାଆକୁ ପାଇ ପୁଅ ଝିଅ ଓ ସ୍ଵାମୀ ଏବେ ଖୁସିରେ ଆତ୍ମହରା।କିଏ ଆରତୀଙ୍କୁ ସ୍ନେହ କରୁଛି ତ ଆଉ କିଏ ଆଶିର୍ବାଦ ଦେଉଛି।

ମାନସିକ ଦୁଶ୍ଚିନ୍ତା ଓ ପାରିବାରିକ ଅଶାନ୍ତିକୁ ନେଇ ଆରତୀ ଗତ ମାସ ୮ ତାରିଖରେ ଦାନ୍ତ ଚିକିତ୍ସା ବାହାନାରେ ଭୁବନେଶ୍ବର ଯାଇ ଅଧା ରାସ୍ତାରେ ନିଖୋଜ ହୋଇ ଯାଇଥିଲେ। ଏପରିକି ଯିଵା ପୂର୍ବରୁ ଘରେ ସୁଇସାଇଡ ନୋଟ ସହ ଏଟିଏମ୍ କାର୍ଡ ଓ ନିଜ ମୋବାଇଲ ଫୋନ ବି ଛାଡି ଚାଲି ଯାଇଥିଲେ।

ପରିବାର ଲୋକ ଓ ପୋଲିସ ଵିଭିନ୍ନ ସ୍ଥାନରେ ବହୁ ଖୋଜାଖୋଜି ପରେ ବି ନିରାଶ ହୋଈଥିଲେ।ଏପରିକି ଆରତୀଙ୍କ ପିଲାମାନେ ମାଆଙ୍କ ଫେରିବା ପାଇଁ ସୋସିଆଲ ମିଡିଆରେ ଅପିଲ ବି କରିଥିଲେ।ତେବେ ମାନସିକ ଚିନ୍ତା ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ପୁରୀ ଚାଲି ଯାଇଥିବା କହିଛନ୍ତି।ହେଲେ ଆତ୍ମହତ୍ୟା ପାଇଁ କାଳିଆ ବାରଣ କଲେ ଓ ପରିବାରର ଭଲ ପାଇବା ଆଗରେ ମୃତ୍ୟୁ ବି ହାର ମାନିବାରୁ ସେ ଘରକୁ ଫେରିଲେ ବୋଲି କହିଛନ୍ତି ଆରତୀ।

ଆରତୀ ଜୟପୁରର ଜଣାଶୁଣା ଆଇନଜୀବୀ ସହ ଜଣେ ଆଗଧାଡିର ବିଜେଡ଼ି ନେତ୍ରୀ।ସେ ବିଜେଡି ଟିକଟରେ ଥରେ କାଉନସିଲର ଭାବେ ନିର୍ବାଚିତ ବି ହୋଇଛନ୍ତି।ତେବେ ଗତ ବର୍ଷ ସାନ ପୁଅ ନିଆଁରେ ପୋଡ଼ି ଗୁରୁତର ଆହତ ହେବା ଓ ଘରୁ ବଡ ଧରଣର ଚୋରି ହେଵା ପରେ ମାନସିକ ସ୍ତରରେ ଭାଂଗି ପଡିଥିଲେ ଆରତୀ।ଏପରିକି ଏହି ଦୁଇଟି ଘଟଣାକୁ ନେଇ ପରିଵାରରେ ଅଶାନ୍ତି ବି ଲାଗି ରହୁଥିଲା।ତେଣୁ ଆତ୍ମହତ୍ୟା କିମ୍ବା ପରିଵାର ଛାଡି ଆଧ୍ୟାତ୍ମିକ ରାସ୍ତାରେ ଚାଲି ଯିବାକୁ ଆରତୀ ବହୁ ପୁର୍ବରୁ ମନସ୍ଥ ବି କରିଥିଲେ।

ତେବେ ଆରତୀଙ୍କ ଫେରିବା ପରେ ଆରତୀଙ୍କ ସ୍ଵାମୀ ନିଜ ଖୁସିରେ କାନ୍ଦି ପକାଇଥିଲେ।ଆଉ ଆରତୀଙ୍କୁ ଦେଖିବା ପାଇଁ ପରିବାର ଲୋକ ଓ ପ୍ରଶଂସକଙ୍କ ଭିଡ ବି ଲାଗିଥିଲା।ଆରତୀଙ୍କ ଫେରିବା ପରେ ଏବେ ପରିବାରରେ ଖୁସିର ଲହରୀ।କୁହାଯାଏ ଯେ ଘର କରିଥିଲେ ପଥର ପଡିଲେ ସହି। ତେଣୁ ଆରତୀ ପୂର୍ବ କଥା ଭୁଲି କାଳିଆଙ୍କ ଆଶୀର୍ବାଦରୁ ଖୁସିର ସଂସାର କରନ୍ତୁ।

   Related Posts