ନିଖୋଜର ୨ ଦିନ ପରେ ମିଳିଲା ମୃତଦେହ, ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ଶ୍ରମିକ

Published By : Prameya-News7 Bureau | October 27, 2021 IST

କରଞ୍ଜିଆ ୨୭।୧୦: ନିଖୋଜର ଦୁଇ ଦିନ ପରେ ମିଳିଲା ନଦୀରେ ଭାସିଯାଇଥିବା ଶ୍ରମିକଙ୍କ ମୃତଦେହ । ଗତ ୨୫ ତାରିଖ ଅପରାହ୍ନରେ ଯଶୀପୁର ଥାନା ଅକ୍ତାପାଳ ଗାଁ ନିକଟ ଭଣ୍ଡନ ନଦୀରେ ଗାଧାଉଥିବା ବେଳେ ନଦୀ ସୁଅରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ନଦୀ ଉପରେ ନିର୍ମାଣଧୀନ ପୋଲ ନିର୍ମାଣ କାମରେ ନିୟୋଜିତ ଥିଲେ ଶ୍ରମିକ । ସେଦିନ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଅଗ୍ନିଶମ ବାହିନୀ ନିଖୋଜ ଶ୍ରମିକଙ୍କ ପତ୍ତା ପାଇନଥିଲା ।

ବୁଧବାର ସକାଳେ ଗାଁ ଲୋକେ ନଦୀରେ ମୃତଦେହଟିକୁ ଭାସୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ଶ୍ରମିକ ଜଣଙ୍କ କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଉପରଏଡା ଗାଁର ମଞ୍ଜୁ ଭୂୟାଁ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.