ନିଖୋଜ ହେବାର ଦିନକ ପରେ ମିଳିଲା ଯୁବତୀଙ୍କ ମୃତଦେହ

Published By : Prameya-News7 Bureau | November 03, 2019 IST

କେନ୍ଦ୍ରାପଡା ୩।୧୧: କେନ୍ଦ୍ରାପଡାରେ ନିଖୋଜ ହେବାର ଦିନକ ପରେ ମିଳିଲା ଯୁବତୀଙ୍କ ମୃତଦେହ । ଗତ ଶୁକ୍ରବାର ଦିନ ଗୋବରି ନଦୀ କୂଳକୁ ଯାଇ ଫେରିନଥିଲେ ଯୁବତୀ । ମୃତଦେହ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଆୟାବା ପଂଚାୟତରେ ନରଣପୁର ଗ୍ରାମର ଅଲେଖ ଚନ୍ଦ୍ର ସେଠୀଙ୍କ ଝିଅ ଚାରୁଲେଖା ସେଠୀ ଗତ ଶୁକ୍ରବାର ଦିନ ଭୋର ୪ଟା ବେଳେ ଗୋବରି ନଦୀ କୂଳକୁ ଯାଇଥିଲେ । ତାପରଠାରୁ ନିଖୋଜ ହୋଇ ଯାଇଥିଲେ ଚାରୁଲେଖା । ବହୁ ଖୋଜାଖୋଜି କରି ପାଇନଥିଲେ ପରିବାରଲୋକ । ନଦୀରେ କୁମ୍ଭୀର ଟାଣି ନେଇଯାଇଥିବା ସନ୍ଦେହ କରି ସଦର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଅଗ୍ନିଶମ ବାହିନୀ ଏ ବିଷୟରେ ଖବର ପାଇ ଯୁବତୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ବହୁ ଖୋଜା ଖୋଜି ପରେ ଚାରୁଲୋଖାଙ୍କର ସନ୍ଧାନ ମିଳିନଥିଲା । ତେବେ ଆଜି ସକାଳୁ ମହାକାଳପଡା ଥାନା ଗୋବରୀ ନଦୀର ଅଳେଇଲେ ବଟ ବାବା ମଠ ନିକଟରେ ମାଛ ଧରୁଥିବା ଧିବର ମାନେ ଏକ ଶବ ଭାସୁଥିବାର ଦେଖିଥିଲେ । ଚାରୁଲେଖାଙ୍କ ପରିବାରଲୋକ ଘଟଣାସ୍ଥଳରେ ପଂହଚି ଶବକୁ ଚିହ୍ନଟ କରିଥିଲେ । ଘଟଣାସ୍ଥଳରେ ମହାକାଳପଡା ଥାନା ପୋଲିସ ପଂହଚି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.