ନିଖୋଜ ଶିଶୁର ମୃତଦେହ ଉଦ୍ଧାର

Published By : Prameya-News7 Bureau | May 11, 2018 IST

ନିଖୋଜ ୪ବର୍ଷର ଶିଶୁ କନ୍ୟାର କ୍ଷତବିକ୍ଷତ ମୃତଦେହ ଗାଁ ନିକଟ ଶାଗ ବିଲରୁ ଉଦ୍ଧାର କରାଯାଇଛି | ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କଚରାପରା ଗାଁରେ | ବୁଧବାର ଅପରାହ୍ନରେ ଖେଳିବାକୁ ଯାଇ ହଠାତ ନିଖୋଜ ହୋଇଯାଇଥିଲା ଶଙ୍କର ଗଣ୍ଡ ଓ ରତୁଲାଙ୍କ ଏକ ମାତ୍ର ଶିଶୁ କନ୍ୟା | ବାପା ମା ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର କୌଣସି ପଟ୍ଟା ମିଳିନଥିଲା | ତେବେ ଗତକାଲି ଶାଗ କିଆରୀରୁ ମୃତଦେହ ଉଦ୍ଧାର କରାଯାଇଛି | ୪ ବର୍ଷର ଶିଶୁକନ୍ୟାକୁ କାନ ଓ ଜିଭ କାଟି ହତ୍ୟା କରାଯାଇଛି | ଶିଶୁକୁ ବଳି ଦିଆଯାଇଥିବାର ସନ୍ଦେହ କରାଯାଉଛି | ଏନେଇ କୁଇନ୍ଦ ଥାନାକୁ ଖବର ଦେଇଥିଲେ ଗାଁ ଲୋକେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.