ବାଲେଶ୍ଵରରୁ ନିଖୋଜ, ତିନି ଦିନ ପରେ ଢେଙ୍କାନାଳରୁ କଲେଜ୍ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର: ପୁଲିସର ନିରବତାକୁ ନେଇ ବଢିଲା ସସପେନ୍ସ

Published By : Prameya-News7 Bureau | April 04, 2021 IST

ଢେଙ୍କାନାଳ ୦୪।୦୪: ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅଂଚଳରୁ ନିଖୋଜ । ଆଉ ତିନିଦିନ ପରେ ଢେଙ୍କାନାଳରୁ ମୃତଦେହ ଉଦ୍ଧାର । ଜଣେ ନାବାଳିକା କଲେଜ ଛାତ୍ରୀର ସନ୍ଦେହଜନକ  ମୃତ୍ୟୁକୁ ନେଇ ଢେଙ୍କାନାଳ ସଦର ଥାନା  ଓ ବାଲେଶ୍ୱର ଖଇରା ଥାନା ପୁଲିସ ଛାନଭିନ ଆରମ୍ଭ କରିଛନ୍ତି । ଏପରିକି ଛାତ୍ରୀର ମୃତଦେହକୁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରୁ ସଦର ଥାନା ପୁଲିସ ଜବତ କରିଥିବାବେଳେ ଏହି ନାବାଳିକାର ମୃତ୍ୟୁକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି ।

ମୃତ ନାବାଳିକା ଜଣଙ୍କ ବାଲେଶ୍ୱର ଜିଲ୍ଲା ଖଇରା କଲେଜର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟବର୍ଷର ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ସାମଲ ବୋଲି ଜଣାପଡିଛି । ପ୍ରିୟଙ୍କା ଖଇରା ଥାନା ଅନ୍ତର୍ଗତ ସାରୁଗାଁ ଗ୍ରାମର ଅଭିମନ୍ୟୁ ସାମଲଙ୍କ ଝିଅ । ତେବେ ସେ ଗତ ୧ ତାରିଖ ଗୁରୁବାର ଠାରୁ ସାଇକେଲ ଧରି ହସ୍ପିଟାଲ ଯାଉଛି କହି ଘରକୁ ଆଉ ଫେରିନଥିଲେ । ଫଳରେ ପରିବାର ପକ୍ଷରୁ ଖାଇରା ଥାନାରେ ଝିଅ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ଖାଇରା ପୁଲିସ ଚୁପ ହୋଇ ବସି ରହିଥିଲା ।

{"id":433155,"sizeSlug":"large","linkDestination":"none"}

ଝିଅର ମୃତ୍ୟୁ ସମ୍ପର୍କରେ ଢେଙ୍କାନାଳ ସଦର ପୁଲିସ ଠାରୁ ସୂଚନା ପାଇ ବାପା ଅଭିମନ୍ୟୁ ସାମଲ ରବିବାର ସନ୍ଧ୍ୟାରେ ଆସି ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଛନ୍ତି । ମୃତ୍ୟୁର  ସଠିକ କାରଣ  କଣ ତାହା ଶବ ବ୍ୟବଚ୍ଛେଦରେ ସୀମିତ ରହିଛି । ମାତ୍ର  ମୃତ ଛାତ୍ରୀର ମୁଣ୍ଡ ପଛ ପଟେ କ୍ଷତ ହୋଇଥିବା ସାଙ୍ଗକୁ ନାକରୁ ରକ୍ତଶ୍ରାବ ହେଉଥିବା ଏହା ଏକ ହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଇଛି । ଏ ସମ୍ପର୍କରେ ଢେଙ୍କାନାଳ ସଦର ପୁଲିସ ଓ ଖାଇରା ପୁଲିସ କିଛି ପାଟି ଖୋଳୁନଥିବା ଏହି ମୃତ୍ୟୁ ଘଟଣାର ସମ୍ବେଦନଶୀଳତାକୁ ଆହୁରି ବଢାଇ ଦେଇଛି।

ତେବେ ପ୍ରିୟଙ୍କାଙ୍କ  ମୃତଦେହକୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆଣିଥିବା ଜିତୁ ନାୟକ ନାମକ ଜଣେ ଯୁବକକୁ ଢେଙ୍କାନାଳ ସଦର ଥାନା ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଟକ ଯୁବକ ଘର ସଦର ଥାନା ଅନ୍ତର୍ଗତ ବନ୍ଧ ନୂଆଗାଁରେ ବୋଲି ଜଣାପଡିଛି । ଗତ ତିନିଦିନ ହେଲା ପ୍ରିୟଙ୍କା ଏହି ଜିତୁ ନାୟକଙ୍କ ଘରେ ରହିଥିଲା ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।  ତେବେ ପ୍ରିୟଙ୍କାଙ୍କ ସହ ଜିତୁ ନାୟକଙ୍କ ସମ୍ପର୍କ କଣ ଓ ସେ ବାଲେଶ୍ୱରରୁ କିପରି ତାଙ୍କ ଘରକୁ ଆସିଲେ ଓ କାହିଁକି ଆସି ରହିଥିଲେ ? ତାଙ୍କର କିପରି ମୃତ୍ୟୁ ହେଲା ଏପରି ଅନେକ ପ୍ରଶ୍ନ ଉଠୁଛି।  ଏହି ନାବାଳିକା ଛାତ୍ରୀର ମୃତ୍ୟୁର ସସପେନ୍ସ ବଢ଼ିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.